ଜାତୀୟ ଦଳ ପ୍ରାୟୋଜନ ଓଡ଼ିଶା ପାଇଁ ଗୌରବ: ବିଶାଳ ଦେବ

Advertisment
ଜାତୀୟ ଦଳ ପ୍ରାୟୋଜନ ଓଡ଼ିଶା ପାଇଁ ଗୌରବ: ବିଶାଳ ଦେବ

ଭୁବନେଶ୍ବର: ଭାରତର ୧୬ ଓ ୧୯ ବର୍ଷରୁ କମ୍ ଜାତୀୟ ଫୁଟ୍‌ବଲ୍ ଦଳକୁ ପ୍ରାୟୋଜିତ କରିବା ଓଡ଼ିଶା ପାଇଁ ବଡ଼ ଗୌରବର ବିଷୟ ବୋଲି କହିଛନ୍ତି କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ କୁମାର ଦେବ। ମର୍ଯ୍ୟାଦାଜନକ ପ୍ରତିଯୋଗିତାର ପଡ଼ିଆ ଭିତରେ ପିଲାମାନେ ‌‌ଖେଳୁଥିବା ବେଳେ ଚମତ୍କାର ଅନୁଭବ ମିଳିଥାଏ। ଏଥିରୁ ପିଲା ଆଗକୁ ବଢ଼ି ୨୦୨୬ ଫିଫା ବିଶ୍ବକପ୍ ଏବଂ ୨୦୨୭ ଏଏଫ୍‌ସି ଏସିଆନ୍ କପ୍ ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିନିଧିତ୍ବ କରିବାର ଆଶା ରଖିଛୁ। ଖେଳାଳିମାନଙ୍କୁ ପ୍ରଷ୍ଫୁଟିତ କରି ବଡ଼ ମଇଦାନରେ ଦେଶର ପ୍ରତିନିଧିତ୍ବ କରିବାକୁ ପ୍ରସ୍ତୁତ କରାଇବାର ଏସବୁ ଗୋଟିଏ ଗୋଟିଏ ପ୍ରକ୍ରିୟା। ଓଡ଼ିଶାର ଖେଳାଳିମାନଙ୍କୁ ବି ନିଜ ଦକ୍ଷତା ଦେଖାଇବା ଲାଗି ଏହା ପ୍ଳାଟଫର୍ମ ଯୋଗାଇ ଦେଉଛି। ରାଜ୍ୟରୁ ମେରିଟ୍ ଭିତିରେ ଅଧିକରୁ ଅଧିକ ଖେଳାଳି ଜାତୀୟ ଦଳର ପ୍ରତିନିଧିତ୍ବ କରିବା ଲାଗି ଏହା ସୁଯୋଗ ଦେବ ବୋଲି ବିଶାଳ ଦେବ ପ୍ରକାଶ କରିଥିଲେ। ୨୦୧୭ ଏଏଫ୍‌ସି ଏସିଆନ୍ କପ୍ ଲାଗି ଭାରତ ଦାବିଦାର ରହିଛି ବୋଲି ମଧ୍ୟ ଶ୍ରୀ ଦେବ ପ୍ରକାଶ କରିଥିଲେ। ଓଡ଼ିଶାରେ ଫୁଟ୍‌ବଲ୍‌ ଖେଳର ଲୋକପ୍ରିୟତା ବଢ଼ିଛି। ଏହି କାରଣରୁ ଓଡ଼ିଶା ଭବିଷ୍ୟତରେ ଫୁଟ୍‌ବଲ୍ ପାଇଁ ମଧ୍ୟ ହବ୍‌ ହୋଇପାରିବ ବୋଲି କହିଥିଲେ କ୍ରୀଡ଼ା ଓ ଯୁବସେବା ବିଭାଗ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା।

ସୂଚନାଯୋଗ୍ୟ, ୨୦୨୨ରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ ଏବଂ ଭାରତ-କାତାର ଫିଫା ବିଶ୍ବକପ୍‌ ଯୋଗ୍ୟତାପର୍ଯ୍ୟାୟ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଭବିଷ୍ୟତରେ ଓଡ଼ିଶା ଭାରତୀୟ ଫୁଟ୍‌ବଲ୍‌ର ମୁଖ୍ୟକେନ୍ଦ୍ର ହେଉ ବୋଲି ଆମେ ଚାହୁଁଥିବା ମଧ୍ୟ ପ୍ରକାଶ କରିଛନ୍ତି ସର୍ବଭାରତୀୟ ଫୁଟ୍‌ବଲ୍ ସଂଘ (ଏଆଇଏଫଏଫ)ର ସାଧାରଣ ସମ୍ପାଦକ କୁଶଳ ଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe