ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉଦ୍‌ଯାପିତ

ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଉଦ୍‌ଯାପିତ

ଭୁବନେଶ୍ୱର: ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ସହଯୋଗରେ କିଟ୍‌ ପରିସରରେ ଚାଲିଥିବା କ୍ରୀଡ଼ା ମହାକୁମ୍ଭ ବୁଧବାର ଉଦଯାପିତ ହୋଇଯାଇଛି। ବାସ୍କେଟ୍‌ବଲ୍‌ ପୁରୁଷ ବିଭାଗରେ ପୂର୍ବାଞ୍ଚଳରୁ ଦୁର୍ଗ ବିଶ୍ୱବିଶ୍ୱବିଦ୍ୟାଳୟ, ଉତ୍କଳ, କିଟ୍‌ ଓ ବ୍ରହ୍ମପୁର ବିଶ୍ୱବିଶ୍ୱବିଦ୍ୟାଳୟ ସର୍ବଭାରତୀୟ ବିଶ୍ୱବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ଲନ୍‌ ଟେନିସ୍‌ ପୁରୁଷ ବିଭାଗରେ କିଟ, ପଣ୍ଡିତ ରବିଶଙ୍କର, ମଣିପୁର, ବନାରସ ହିନ୍ଦୁ ସର୍ବଭାରତୀୟ ଯୋଗ୍ୟତା ପାଇଛନ୍ତି। ବ୍ୟାଡ୍‌ମିଣ୍ଟନ୍‌ରେ ପୁରୁଷ ବିଭାଗରେ ଦୁର୍ଗ, ଭାଗଲପୁର, ଏଲଏନ ମିଥିଲା, ଦିବ୍ରୁଗଡ଼ ଯଥାକ୍ରମେ ପ୍ରଥମରୁ ଚତୁର୍ଥରେ ରହି ସମାନ ଯୋଗ୍ୟତା ପାଇଛନ୍ତି। ମହିଳା ବିଭାଗରେ ଦିବ୍ରୁଗଡ଼, ବନାରସ ହିନ୍ଦୁ, ଯାଦବପୁର ଓ ରାଞ୍ଚି ସର୍ବଭାରତୀୟ ଯୋଗ୍ୟତା ପାଇଛନ୍ତି।

ଭଲିବଲ ପୁରୁଷ ବିଭାଗରେ ଉତ୍କଳ, କିଟ, ଉତ୍ତର ଓଡ଼ିଶା ଓ ବର୍ଦ୍ଧମାନ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରି ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି।
୪ ଦିନିଆ ଏହି କ୍ରୀଡ଼ା ମହାକୁମ୍ଭରେ ୨୫୦ ବିଶ୍ୱବିଦ୍ୟାଳୟର ୩୫୦୦ରୁ ଊର୍ଧ୍ୱ ଖେଳାଳି, ପ୍ରଶିକ୍ଷକ ଓ ଅଧିକାରୀ ଯୋଗଦେଇଥିଲେ। ଉଦ୍‌ଯାପନୀ ଉତ୍ସବରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି, ଆନ୍ତର୍ଜାତୀୟ ଆଲ୍‌ଲେଟ୍‌ ପୂର୍ଣ୍ଣିମା ହେମ୍ବ୍ରମ, ଏଆଇୟୁର ପର୍ଯ୍ୟବେକ୍ଷକ ଡ. ତାରକନାଥ ପରମାଣିକ ଓ କିଟ୍‌ କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଉପସ୍ଥିତ ରହି କୃତୀ ଦଳକୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe