Hindustan Times
ନୂଆଦିଲ୍ଲୀ: ଗୋଟିଏ ପାର୍ଶ୍ୱକୁ ଚିକ୍କଣ କରିବା ପାଇଁ ଲାଳ ପ୍ରୟୋଗ କରିବା କ୍ରିକେଟ୍ ବଲ୍ ସୁଇଙ୍ଗ୍ କରିବାର ଏକମାତ୍ର ଉପାୟ ନୁହେଁ ବୋଲି ବଲ୍ ଉତ୍ପାଦନକାରୀ କମ୍ପାନୀ ଡ୍ୟୁକ୍ ମାଲିକ ଦିଲ୍ଲୀପ ଜାଜୋଦିଆ କହିଛନ୍ତି। କରୋନାକୁ ବ୍ୟାପୀବାରୁ ଅଟକାଇବା ଲାଗି ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବଲ୍କୁ ଚମକାଇବା ପାଇଁ ଲାଳ ଓ ଝାଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି।
ମୁଁ ଇଂଲଣ୍ଡରେ ସୁଇଙ୍ଗ୍ ଏକ ବଡ଼ ସମସ୍ୟା ବୋଲି ଦେଖୁ ନାହିଁ। ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ସନ୍ତୁଳନ ରଖିବାକୁ ପଡ଼ିବ। ନଚେତ୍ ଖେଳ ଭଲ ଲାଗିବନି। ସୁଇଙ୍ଗ୍ ପାଇଁ କେବଳ ଚିକ୍କଣ କିମ୍ବା ଖଦଡ଼ ପାର୍ଶ୍ୱ ଆବଶ୍ୟକ ନୁହେଁ। ବଲ୍ର ଅଖଣ୍ଡତା ଦରକାର। ଏଥିପାଇଁ ବ୍ୟସ୍ତ ହୁଅନି। ଆମେ ଏଭଳି ବଲ୍ ତିଆରି କରିଛୁ ଯାହାର ସିମ୍ ଶକ୍ତିଶାଳୀ ଏବଂ ବାୟୁରେ ଏହା ଉଡ଼ାଜାହଜ ଭଳି କାମ କରିବ। ହାତରେ ସିଲାଇ ହୋଇଥିବାରୁ ଅଧିକ ସମୟ ପର୍ଯ୍ୟନ୍ତ ଟାଣ ହୋଇ ରହିବ ବୋଲି ଦିଲ୍ଲୀପ କହିଛନ୍ତି। ଆଇସିସି ସମିତି ଏହା ପୂର୍ବରୁ ଉଲ୍ଲେଖ କରିଥିଲା ​​ଯେ ଝାଳ ମାଧ୍ୟମରେ ଜୀବାଣୁ ବିସ୍ତାର ହେବାର ଆଶଙ୍କା ସମ୍ଭବ ନୁହେଁ ଏବଂ ଏହି ଅଭ୍ୟାସକୁ ନିଷେଧ କରିବାର ଆବଶ୍ୟକତା ନାହିଁ। ସେମାନେ ଝାଳର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଉ ନାହାଁନ୍ତି। ବଲ୍କୁ ଅଧିକ ଚମକ ଲାଗି କପାଳରୁ ଝାଳ ଆଣି ମାରୁଛେ। ଝାଳ ନୁହେଁ ଚମଡ଼ାକୁ ଖାଲି ଘସିଲେ ଚମକ ବାହାରିବ ବୋଲି ଦୀପକ କହିଛନ୍ତି।
Follow Us