ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି ଓ ରୋହିତ

Advertisment

Kohli and Rohit retained the top spot in the daily rankings

Kohli and Rohit retained the top spot in the daily rankings

ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି ଓ ରୋହିତ

Zee News

ଦୁବାଇ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମା ଆଇସିସି ଦ୍ବାରା ପ୍ରକାଶିତ ଦିନିକିଆ ଆନ୍ତର୍ଜାତିକ ମାନ୍ୟତା ତାଲିକାରେ ଆଧିପତ୍ୟ ବଜାୟ ରଖିଛନ୍ତି। ବୁଧବାର ସଦ୍ୟ ପ୍ରକାଶିତ ତାଲିକାରେ କୋହଲି ପ୍ରଥମ ଏବଂ ରୋହିତ ଦ୍ବିତୀୟ ସ୍ଥାନରେ ସ୍ଥିର ରହିଛନ୍ତି। ସେହିପରି ଟେଷ୍ଟ୍‌ ମାନ୍ୟତାରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଶୀର୍ଷରେ ଅପରିବର୍ତିତ ରହିଥିଲା ବେଳେ କୋହଲି ଦ୍ବିତୀୟ ଏବଂ ଅନ୍ୟତମ ଅଷ୍ଟ୍ରେଲୀୟ ମାର୍ନସ ଲବୁସାନ୍‌ ତୃତୀୟ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ ମାନ୍ୟତାରେ ଭାରତୀୟ ୱିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ କେଏଲ୍‌ ରାହୁଲ ଦ୍ବିତୀୟ ସ୍ଥାନ ପାଇଥିଲା ବେଳେ ପାକିସ୍ତାନର ବାବର ଆଜମ୍‌ ପ୍ରଥମ ଏବଂ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ତୃତୀୟ ସ୍ଥାନରେ ରହିଛନ୍ତି। ଟେ‌ଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତାରେ କୋହଲିଙ୍କ ବ୍ୟତୀତ ଚେତେଶ୍ବର ପୂଜାରା (୭) ଓ ଆଜିଙ୍କ୍ୟ ରାହାଣେ (୧୦) ଅନ୍ୟ ଦୁଇ ଭାରତୀୟ ଭାବେ ଶୀର୍ଷ-୧୦ରେ ରହିଛନ୍ତି।

ବୋଲରଙ୍କ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଦିନିକିଆରେ ଦ୍ବିତୀୟ ସ୍ଥାନ ମାଡ଼ି ବସିଥିଲା ବେଳେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍‌ କମିନ୍ସ ଟେଷ୍ଟ୍‌ ଏବଂ ଆଫ୍‌ଗାନିସ୍ତାନ ସ୍ପିନର ରସିଦ୍‌ ଖାନ୍‌ ଟ୍ବେଣ୍ଟି-୨୦ରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଦଳଗତ ମାନ୍ୟତାରେ ଭାରତ ଦିନିକିଆରେ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଇଂଲଣ୍ଡ ଶୀର୍ଷରେ ରହିଛି। ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ ପଛକୁ ଭାରତ ତୃତୀୟ ସ୍ଥାନ ପାଇଥିଲା ବେଳେ ଟ୍ବେଣ୍ଟି-୨୦ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପଛକୁ ତୃତୀୟ ସ୍ଥାନରେ ରହିଛି ଭାରତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe