ଧୋନି ତାଙ୍କ ଶେଷ ମ୍ୟାଚ୍‌ ଚେନ୍ନାଇରେ ଖେଳିବେ: ଲକ୍ଷ୍ମଣ

Advertisment

Dhoni will play his last match in Chennai: Laxman

Dhoni will play his last match in Chennai: Laxman

ଏସିଆ କପ୍ ଲାଗି ଲକ୍ଷ୍ମଣ ମଧ୍ୟବର୍ତ୍ତୀକାଳୀନ ପ୍ରଶିକ୍ଷକ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେଇଥିଲେ। 'କ୍ୟାପ୍‌ଟେନ୍‌ କୁଲ୍' ଭାବେ ପରିଚିତ ଏହି ଶ୍ରେଷ୍ଠ ଅଧିନାୟକଙ୍କ ସହ ବିତାଇଥିବା କିଛି କୌତୁକିଆ ମୁହୂର୍ତ୍ତକୁ ମଙ୍ଗଳବାର ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣ ମନେପକାଇଛନ୍ତି। ଧୋନି କ୍ରିକେଟ୍‌ ପଡ଼ିଆ ଭିତରେ ଯେମିତି ଥଣ୍ଡା, ପଡ଼ିଆ ବାହାରେ ମଧ୍ୟ ସେମିତି ଥଣ୍ଡା ବୋଲି ଷ୍ଟାର୍‌ ସ୍ପୋର୍ଟ୍ସ 'କ୍ରିକେଟ୍‌ କନେକ୍ଟେଡ୍' ଚାଟ୍‌ ‌ ସୋ'ରେ ଲକ୍ଷ୍ମଣ ପ୍ରକାଶ କରିଛନ୍ତି। ମୋର ମନେ ଅଛି ୨୦୦୬ରେ ‌ପାକିସ୍ତାନ ବିପକ୍ଷ ଫୈସଲାବାଦ ଟେଷ୍ଟ୍‌ରେ ଧୋନି ଶତକ ହାସଲ କରିବା ପରେ ଯେତେବେଳେ ଡ୍ରେସିଂ ରୁମ୍‌କୁ ଆସିଲେ ବଡ଼ପାଟିରେ କହିଲେ, 'ମୁଁ ଅବସର ଘୋଷଣା କରିବାକୁ ଯାଉଛି। ମୁଁ ଏମ୍‌ଏସ୍‌ ଧୋନି ଟେଷ୍ଟ୍‌ କ୍ରିକେଟ୍‌ରେ ଶତକ ମାରିଛି, ବାସ୍‌ ୟାର!' ବୋଲି ଲକ୍ଷ୍ମଣ ପୁରୁଣା ସ୍ମୃତିକୁ ‌ମନେ ପକାଇ କହିଛନ୍ତି। ତାଙ୍କ ମୁହଁରୁ “ମୁଁ ଟେଷ୍ଟ୍‌ କ୍ରିକେଟ୍‌ଠାରୁ ଆଉ କିଛି ଚାହେଁ ନାହିଁ!” ଶୁଣି ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ ବୋଲି ଲକ୍ଷ୍ମଣ କହିଛନ୍ତି। ସେହିଭଳି ଧୋନି ତାଙ୍କ ଶେଷ ମ୍ୟାଚ୍‌ ଚେନ୍ନାଇ‌ର ଚେପକ ଷ୍ଟାଡିୟମ୍‌ରେ ଖେଳିବେ ବୋଲି ଲକ୍ଷ୍ମଣ ଆକଳନ କରିଛନ୍ତି।

୨୦୦୮ର ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳା କଥା ମନେ ପକାଇ ଲକ୍ଷ୍ମଣ କହିଛନ୍ତି ଯେ ଏହି ଶୃଙ୍ଖଳାର ଦୁଇଟି ମ୍ୟାଚ୍‌ ପୂର୍ବରୁ ଅନିଲ କୁମ୍ବଲେ ଦିଲ୍ଲୀରେ ଅବସର ଘୋଷଣା କରିଥିଲେ। ସେତେ‌ବେଳେ ‌ଧୋନି ଦଳର ଅଧିନାୟକ ଥିଲେ। ଏହି ଶୃଙ୍ଖଳାର ନାଗପୁର ଟେଷ୍ଟ୍‌ ବେଳେ ଧୋନି ଦଳର ବସ୍ ଡ୍ରାଇଭରକୁ ପଛରେ ବସିବାକୁ କହିଥିଲେ ଏବଂ ପଡ଼ିଆରୁ ହୋଟେଲ୍‌ ଯ‌ାଏଁ ନିଜେ ବସ୍‌ ଚଲାଇ ଆସିଥିଲେ। ଏହା ଦେଖି ଆମେ ସବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ତାଙ୍କ ଜୀବନକୁ ସେ ଭଲ ଭାବେ ଉପଭୋଗ କରୁଥିଲେ। କ୍ରିକେଟର୍‌ ଭାବେ ପଡ଼ିଆ ମଧ୍ୟରେ ଯାହା କରିବା କଥା କରନ୍ତି। କିନ୍ତୁ ପଡ଼ିଆ ବାହାରେ ତାଙ୍କ ପାଇଁ ସବୁକିଛି ସ୍ୱାଭାବିକ ରହୁଥିଲା ବୋଲି ଲକ୍ଷ୍ମଣ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe