ବିଜୟଓ୍ଵାଡା: ଭାରତ ‘ଏ’ ବିପକ୍ଷ ଦ୍ୱିତୀୟ ‘ଏ’ ଟେଷ୍ଟ୍ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍ ‘ଏ’ ଦଳ ଦ୍ୱିତୀୟ ପାଳିରେ ଲଢ଼ିଛି। ନ୍ୟୁଜିଲାଣ୍ଡ୍ ଦଳ ପ୍ରଥମ ପାଳିରେ ୨୧୧ ରନ୍ କରିଥିବାବେଳେ ଏହାର ଜବାବରେ ଭାରତ ‘ଏ’ ସୋମବାର ୪୪୭ ରନ୍ରେ ସୀମିତ ରହିଥିଲା। ଅଙ୍କିତ ବାଉନ୍ (୧୬୨, ୨୪୫ ବଲ୍, ୨୧ ଚୌକା, ୫ ଛକା) ଲମ୍ବା ପାଳି ଖେଳିଥିଲେ। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଈଶ ସୋଢ଼ୀ ସର୍ବାଧିକ ୩ ଓ୍ଵିକେଟ୍ ନେଇଥିବାବେଳେ ରନ୍ସ, କୁଗେଲିନ୍, ମୁନ୍ରୋ ପ୍ରତ୍ୟେକ ୨ ଲେଖାଏଁ ଓ୍ଵିକେଟ୍ ପାଇଥିଲେ। ପ୍ରଥମ ପାଳିରେ ୨୩୬ ରନ୍ ପଛରେ ପଡ଼ିଥିବା ନ୍ୟୁଜିଲାଣ୍ଡ୍ ଦଳ ତୃତୀୟ ଦିନ ଖେଳ ଶେଷ ବେଳକୁ ୧ ଓ୍ଵିକେଟ୍ରେ ୧୦୪ ରନ୍ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ବିପଦମୁକ୍ତ ହୋଇ ନାହିଁ। ସାହବାଜ ନଦିମ୍ ଏକମାତ୍ର ଓ୍ଵିକେଟ୍ ଅକ୍ତିଆର କରିଛନ୍ତି। ଜିତ୍ ରାଭାଲ୍ (୪୧*) ଏବଂ ନିକୋଲ୍ସ (୫୫*) ଅପରାଜିତ ଥିଲେ।
ନ୍ୟୁଜିଲାଣ୍ଡ୍ ‘ଏ’ ଲଢ଼ିଲା
Advertisment
Follow Us