ପାଣ୍ଡ୍ୟା‌ ଜାଦେଜା ଅଷ୍ଟ୍ରେଲିଆରେ ଖେଳି ନପାରନ୍ତି: ଆକାଶ ଚୋପ୍ରା

Advertisment

Pandya Jadeja may not play in Australia: Akash Chopra

Pandya Jadeja may not play in Australia: Akash Chopra

ଧୋନି ବାଧ୍ୟ ହୋଇ ୫ ବୋଲର ଖେଳାଉଛନ୍ତି: ଚୋପ୍ରା

CricTracker.com

ନୂଆଦିଲ୍ଲୀ: ଭାରତ ଚଳିତ ବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରି ସେଠାରେ ୪ ମ୍ୟାଚ୍‌ ବିଶି‌ଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବାର ଯୋଜନା କରିଛି। ବ୍ରିସ୍‌ବନ୍‌ର ଗାବାରେ ଡିସେମ୍ବର ୩ରୁ ଏହି‌ ଟେ‌ଷ୍ଟ୍‌ ଶୃଙ୍ଖଳା ଆରମ୍ଭ ହେବ। ଏହା ପୂର୍ବରୁ ଦଳରେ କିଏ ରହିବ ନ ରହିବ ତାହାକୁ ନେଇ ଏ‌େବଠୁ ଆଲୋଚନା ‌ଆରମ୍ଭ ହେଲାଣି। ଭାରତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭାବେ ପୃଥ୍ବୀ ସ’ ଓ ମୟଙ୍କ ଅଗ୍ରୱାଲଙ୍କୁ କିମ୍ବା କେଏଲ୍‌ ରାହୁଲ ଓ ରୋହିତ ଶର୍ମାଙ୍କୁ ଖେଳାଇବ? ୱିକେଟ୍‌ରକ୍ଷକ ଭାବେ ରିଦ୍ଧିମାନ ସାହା କି ଋଷବ ପନ୍ତ? ଅଲ୍‌ରାଉଣ୍ଡର ଭାବେ ରବିଚନ୍ଦ୍ରନ୍‌ ଅଶ୍ବିନ, ହାର୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଦେଜା ଫିଟ୍‌ ଥିବାରୁ କିଏ ଖେଳିବ? ଏହି ଭଳି ଭାବେ ଦଳୀୟ ସନ୍ତୁଳନ ଲାଗି ବହୁ ପ୍ରଶ୍ନ ଉଙ୍କି ମାରୁଛି। ଏହା ମଧ୍ୟରେ ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଆକାଶ ଚୋପ୍ରା ଅନୁଭବ କରିଛନ୍ତି ଯେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ରେ ଭାରତର ଚୂଡ଼ାନ୍ତ ଏକାଦଶରେ ପାଣ୍ଡ୍ୟା ଓ ଜାଦେଜାଙ୍କୁ ସ୍ଥାନ ପାଇବା କଷ୍ଟକର ହେବ।

ମୁଁ ଅନୁଭବ କରୁଛି ଯେ ଏମାନଙ୍କ ମଧ୍ୟରୁ କେହି ଖେଳି ନପାରନ୍ତି। ଏହା ପ୍ରାୟ ନିଶ୍ଚିତ ରହିଛି। ଟେଷ୍ଟ୍‌ ଦଳରେ ପାଣ୍ଡ୍ୟା‌ ଖେଳିବା ସଂପ୍ରତି ସମୟରେ ସମ୍ଭବ ନୁହେଁ। କାରଣ ସେ ନିକଟରେ ପିଠି ଅସ୍ତ୍ରୋପଚାର କରି ଫେରିଛନ୍ତି। ବୋଲିଂ ଆରମ୍ଭ କରିନାହାନ୍ତି। ‌ଦିନିକିଆ କି ଟି-୨୦ରେ ମଧ୍ୟ ଖେଳିନାହାନ୍ତି। କିନ୍ତୁ ଦଳ ଆଇପିଏଲ୍‌ ପରେ ଟେଷ୍ଟ୍‌ ଶୃଙ୍ଖଳା ଖେଳିବାର ରହିଛି। ହେଲେ ହାର୍ଦିକ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ ଖେଳିବେ ବୋଲି ମୁଁ କଳ୍ପନା କରିପାରୁନି। ମୁଁ ଭାବୁଛି ଜାଦେଜାଙ୍କ ପୂର୍ବରୁ ଅଶ୍ବିନ ଓ କୁଲଦୀପଙ୍କୁ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବାର ସୁଯୋଗ ମିଳିବ। କାରଣ କୁଳଦୀପ ଜଣେ କଚଟି ସ୍ପିନର୍‌ ଏବଂ ଗତ ଥର ଅଷ୍ଟ୍ରେଲିଆରେ ୬ ୱିକେଟ୍‌ ଅକ୍ତିଆର କରିଥିଲେ। ଯଦି ସେ ନ ଖେଳନ୍ତି ମୁଁ ଭାବିବି ଏକ ସୁ‌ଯୋଗ ହାତଛଡ଼ା ହେଲା ବୋଲି ଚୋପ୍ରା ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ଆକାଶ ବାଣୀ’ରେ ପ୍ରକାଶ କରିଛନ୍ତି। ଅଶ୍ବିନଙ୍କୁ ମଧ୍ୟ ଭୁଲି ହେବନି, ତାଙ୍କୁ ଚୂଡ଼ାନ୍ତ ଦଳରେ ସୁଯୋଗ ମିଳିବା ଆବଶ୍ୟକ। ତେଣୁ ଅଷ୍ଟ୍ରେଲିଆ ବିପକ୍ଷ ଚୂଡ଼ାନ୍ତ ଦଳରୁ ଜାଦୁ ଓ ପାଣ୍ଡ୍ୟା ବାଦ୍‌ ପଡ଼ି ପାରନ୍ତି ବୋଲି ‌ଭାଷ୍ୟକାର ଚୋପ୍ରା ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe