ବାରବାଟୀକୁ ଟେଷ୍ଟ୍ ଫେରିବାର ବାଟ ଫିଟିପାରେ

Advertisment
ଏବର୍ଷ ବାରବାଟୀରେ ହେବନି ରଣଜୀ ମ୍ୟାଚ୍‌

Sambad

ଓଡ଼ିଶାର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ ‘ବାରବାଟୀ’ରେ ଦେଶର ତୃତୀୟ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଥିଲା। ୧୯୮୨ ମସିହା ଜାନୁଆରି ୨୭ ତାରିଖରେ ଏଠାରେ ପ୍ରଥମ ଥର ପାଇଁ କୌଣସି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଆୟୋଜିତ ହୋଇଥିଲା। ମୁହାଁମୁହିଁ ହୋଇଥିଲେ ଭାରତ ଓ ଇଂଲଣ୍ଡ। ୧୯୮୭ ମସିହା ଜାନୁଆରି ୪ରୁ ୭ ପର୍ଯ୍ୟନ୍ତ ଏଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଥର ପାଇଁ ଟେଷ୍ଟ୍ ମ୍ୟାଚ୍ ଖେଳାଯାଇଥିଲା। ଦିଲୀପ ଭେଙ୍ଗସରକାର ସର୍ବୋଚ୍ଚ ଟେଷ୍ଟ୍ ସ୍କୋର (୧୬୬) ଏଠାରେ ହାସଲ କରିଥି‌ଲେ। ଉଭୟ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୬୦ ଟପି ନଥିଲେ। ଭାରତ ପ୍ରଥମ ପାଳିରେ ୪୦୦ ରନ୍ କରିବା ପରେ ଶ୍ରୀଲଙ୍କା ୧୯୧ ଓ ୧୪୨ ରନ୍ କରି ପାଳି ପରାଜୟ ବରଣ କରିଥିଲା। କପିଳ ଦେବ ୩୦୦ତମ ୱିକେଟ୍ ବାରବାଟୀରେ ପୂରଣ କରିଥିଲେ। ତେବେ ପିଚ୍‌କୁ ‌ନେଇ ବିବାଦ ହୋଇଥିଲା। ଏହା ଅସ୍ଥିର ଏବଂ କଞ୍ଚା ଥିଲା ବୋଲି ଅଭିଯୋଗ ଆସିଥିଲା। ବାରବାଟୀରେ ଶେଷ ଟେଷ୍ଟ୍ ୧୯୯୫ ନଭେମ୍ବର ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିଲା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଏହି ବର୍ଷା ପ୍ରଭାବିତ ମ୍ୟାଚ୍ ଅମୀମାଂସିତ ରହିଥିଲା। ମାତ୍ର ୧୭୭.୫ ଓଭର (ଭାରତ-୮୯.୫ ଓଭର, ନ୍ୟୁଜିଲାଣ୍ଡ ୮୮ ଓଭର) ଖେଳ ସମ୍ଭବ ହୋଇଥିଲା। ସେବେଠାରୁ କିନ୍ତୁ ବାରବାଟୀକୁ ଆଉ ‌ଟେଷ୍ଟ୍ ମ୍ୟାଚ୍ ମିଳିନି। ୨୬ ବର୍ଷ ହେବ ବିଭିନ୍ନ ଆଳ ଦେଖାଇ ବିସିସିଆଇ ଏହାକୁ ଟାଳି ଆସୁଛି। ବଲାଙ୍ଗୀରର କଳା ମାଟି ପିଚ୍ ପ୍ରସ୍ତୁତ ପାଇଁ ଦେଶରେ ଶ୍ରେଷ୍ଠ ବୋଲି ଜାଣିବା ପରେ ହୁଏତ ବିସିସିଆଇ ତା’ର ନିଷ୍ପତ୍ତିର ପୁନର୍ବିଚାର କରିପାରେ। ଓସିଏ ଏହି ବିଷୟ ବିସିସିଆଇ ଧ୍ୟାନକୁ ଆଣିବା ସହ ଦାବିକୁ ଆହୁରି ଜୋର୍‌ଦାର କରିବାକୁ କ୍ରିକେଟ୍‌ପ୍ରେମୀ ଆହ୍ବାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe