ବିଦ୍ୟାଳୟ ଥ୍ରୋ ବଲ୍‌: ପୁରୀକୁ ଦ୍ୱି-ମୁକୁଟ

Advertisment
ବିଦ୍ୟାଳୟ ଥ୍ରୋ ବଲ୍‌: ପୁରୀକୁ ଦ୍ୱି-ମୁକୁଟ

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା କୁଦିଆରୀ ଉଚ୍ଚ ବିଦ୍ୟାଳୟଠାରେ ୬୩ତମ ରାଜ୍ୟ ବିଦ୍ୟାଳୟସ୍ତରୀୟ ଥ୍ରୋ ବଲ୍‌ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ପୁରୀ ଦଳ ଉଭୟ ବାଳକ ଏବଂ ବାଳିକା ବର୍ଗରେ ବିଜେତା ହୋଇ ଦ୍ୱି-ମୁକୁଟ ହାସଲ କରିଛି। ବାଳକ ବର୍ଗରେ ପୁରୀ ୨-୦ରେ ଖୋର୍ଧାକୁ ଏବଂ ବାଳିକାରେ ଭୁବନେଶ୍ୱରକୁ ୨-୦ରେ ପରାସ୍ତ କରିଥିଲା। ଉଦ୍‌ଯାପନୀ ଉତ୍ସବରେ ବିଦ୍ୟାଳୟ ସମୁହର ନିର୍ଦେଶକ ଡି ମଙ୍ଗରାଜ, ଓଡ଼ିଶା ଥ୍ରୋ ବଲ୍‌ ସଂଘର ସମ୍ପାଦକ ଜିତେନ୍ଦ୍ର ନାଥ ଦାସ, ସହସମ୍ପାଦକ ଯଶୋବନ୍ତ ପରମଗୁରୁ, କାର୍ଯକାରୀ ସଭ୍ୟ ସତିକାନ୍ତ ପଟ୍ଟନାୟକ ଏବଂ କ୍ରୀଡ଼ା ଶିକ୍ଷକ ଅଲେଖଚନ୍ଦ୍ର ବଳିୟାରସିଂ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ଧ୍ରୁବ ଚରଣ ଦାସ, ଅଜୟ କୁମାର ମିଶ୍ର ଏବଂ ଆଲାମ ସାର୍‌ ଖେଳ ପରିଚାଳନା କରିଥିଲେ। ଶେଷରେ ପୁରୀ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ପ୍ରିୟମ୍ବଦା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe