ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଷ୍ଟିଯୁଦ୍ଧ ସଂଘ (ଏଆଇବିଏ) ପକ୍ଷରୁ ସଦ୍ୟ ପ୍ରକାଶିତ ମାନ୍ୟତାର ୩ ଭାରତୀୟ ବିକାଶ କୃଷ୍ଣନ୍, ଅମିତ ପଙ୍ଗଲ ଏବଂ ଶିବ ଥାପ୍ପା ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ପାଇଛନ୍ତି। କୃଷ୍ଣନ୍ (୭୫ କିଲୋଗ୍ରାମ୍) ଶ୍ରେଷ୍ଠ ଭାରତୀୟ ମୁଷ୍ଟିଯୋଦ୍ଧା ଭାବେ ସପ୍ତମ ସ୍ଥାନରେ ରହିଥିଲା ବେଳେ କ୍ୱାର୍ଟର୍ ଫାଇନାଲ୍ରେ ପହଞ୍ଚିଥିବା ଅମିତ ପଙ୍ଗଲ (୪୯ କିଲୋଗ୍ରାମ୍) ଅଷ୍ଟମ ଏବଂ ଶିବ ଥାପ୍ପା (୬୦ କିଲୋଗ୍ରାମ୍) ଦଶମ ସ୍ଥାନରେ ରହିଛନ୍ତି। ସେହିପରି ବିଶ୍ୱ ପ୍ରତିଯୋଗିତା କାଂସ୍ୟ ବିଜେତା ଗୌରବ ବିଧୁରୀ (୫୬ କିଲୋଗ୍ରାମ) ଏକାଦଶ, କବିନ୍ଦର ବିଷ୍ଟ ଚତୁର୍ଦଶ, ସୁମିତ ସାଙ୍ଗଓ୍ଵନ ଷୋଡ଼ଶ ଏବଂ ମନୋଜ କୁମାର ୨୪ତମ ସ୍ଥାନରେ ରହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us