କରାଚୀ: ଦ୍ୱିପାକ୍ଷିକ ଶୃଙ୍ଖଳାକୁ ବାରମ୍ବାର ବାତିଲ କରିଥିବା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ଠାରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ୭୦ ନିୟୁତ ଡଲାର୍ କ୍ଷତିପୂରଣ ଦାଦି କରିବ। ପରାମର୍ଶ ପ୍ରକ୍ରିୟା ପରେ ଦିନେ ଦୁଇ ଦିନ ମଧ୍ୟରେ ଆଇସିସିର ବିବାଦ ସମାଧାନ ସମିତି ନିକଟରେ ଏଭଳି ଆବେଦନ କରିବାକୁ ଯାଉଛି ପିସିବି। ୨୦୧୪ ମସିହାରେ ବିସିସିଆଇ ଏବଂ ପିସିବି ମଧ୍ୟରେ ହୋଇଥିବା ବୁଝାମଣାପତ୍ର ଅନୁସାରେ ଭାରତ ଓ ପାକିସ୍ତାନ ୨୦୧୫ରୁ ୨୦୨୩ ମସିହା ମଧ୍ୟରେ ୬ଟି ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିବା ଧାର୍ଯ୍ୟ ହୋଇଥିଲା। କିନ୍ତୁ ରାଜନୈତିକ ଓ କୁଟନୈତିକ ପ୍ରସଙ୍ଗ କାରଣରୁ ବିସିସିଆଇ ଚୁକ୍ତିରୁ ଓହରିଯିବାକୁ ବାଧ୍ୟ ହୋଇଥିଲା।
ବିସିସିଆଇଠୁ ୭୦ ନିୟୁତ ଡଲାର୍ କ୍ଷତିପୂରଣ ମାଗିବ ପିସିବି
Advertisment
Follow Us