ମରେଙ୍କ ହାତ ଧରିଲେ ଶରନ୍‌

Advertisment

ନୂଆଦିଲ୍ଲୀ: ୨୦୧୮ ଏସୀୟ ସ୍ବର୍ଣ୍ଣ ବିଜେତା ଭାରତୀୟ ଟେନିସ୍‌ ତାରକା ଦିଭିଜ ସରନ୍‌ ବ୍ରିଟିସ୍‌ ଟେନିସ୍‌ ଖେଳାଳି ସାମନ୍ଥା ମରେଙ୍କୁ ବିବାହ କରିଛନ୍ତି। ୩୩ ବର୍ଷୀୟ ସରନ୍‌ ନିଜ ବିବାହ ସମ୍ପର୍କରେ ରବିବାର ଟ୍ବିଟର୍‌ରେ ସୂଚନା ପ୍ରଦାନ କରିଥିଲେ। ସେ ବିବାହର ଏକ ଫଟୋକୁ ଟ୍ବିଟର୍‌ରେ ଛାଡ଼ିବା ସହ ‘ସେ ମୋର ଶ୍ରେଷ୍ଠ ସାଥୀ’ ବୋଲି ଶିରୋନାମା ରଖିଛନ୍ତି। ଦିଭିଜ ପୁରୁଖା ଭାରତୀୟ ଖେଳାଳି ଲିଆଣ୍ଡର ପେସ୍‌ଙ୍କ ସହ ମିଶି ଚଳିତ ବର୍ଷ ଜାନୁଆରିରେ ମହାରାଷ୍ଟ୍ର ଓପନ୍‌ ଟ୍ରଫି କରାୟତ କରିଥିଲେ। ନିକଟରେ ଶେଷ ହୋଇଥିବା ୱିମ୍ବଲ୍‌ଡନ୍‌ ମିଶ୍ରିତ ଯୁଗଳରେ ଚୀନ୍‌ର ୟିଙ୍ଗିଙ୍ଗ ଦୁଆନଙ୍କୁ ‌ଯୋଡ଼ି କରି ଖେଳି ଦିଭିଜ ଦ୍ବିତୀୟ ପର୍ଯ୍ୟାୟରୁ ବିଦାୟ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe