ନଭି ମୁମ୍ବାଇ: ପ୍ରଥମ ମ୍ୟାଚ୍ରେ ଅପ୍ରତ୍ୟାଶିତ ପରାଜୟ ବରଣ କରିଥିବା ଆଫ୍ରିକୀୟ ଦଳ ମାଲି ଦ୍ୱିତୀୟ ମ୍ୟାଚ୍ରେ ବିଜୟର ସ୍ୱାଦ ଚାଖିଛି। ତୁର୍କିକୁ ଏକତରଫା ଭାବେ ୩-୦ ଗୋଲ୍ରେ ହରାଇ ପଏଣ୍ଟ ଖାତା ଖୋଲିଛି। ନଭି ମୁମ୍ବାଇର ଦିନ ଦୟାଲ ପାଟିଲ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ଗ୍ରୁପ୍ ବି’ ମ୍ୟାଚ୍ରେ ଗତ ବିଶ୍ୱକପର ଉପବିଜେତା ମାଲି ତୁର୍କି ଗୋଲ୍ ପୋଷ୍ଟ ଉପରେ ୨୯ ଥର ଆକ୍ରମଣ କରିଥିଲା। ସେଥିମଧ୍ୟରୁ ତିନିଟିକୁ ଗୋଲ୍ରେ ରୂପାନ୍ତର କରି ପାରିଥିଲା। ଏହି ଦଳ ପକ୍ଷରୁ ଜୋସ୍ ସର୍ଜେଣ୍ଟ (୩୦ ମିନିଟ୍), କ୍ରିସ୍ ଡର୍କିନ (୫୧) ଓ ଆଣ୍ଡ୍ରି କାର୍ଲଟନ୍ (୮୪) ଗୋଲ୍ ଦେଇଥିଲେ।
ମାଲି’ର ପ୍ରଥମ ବିଜୟ
Advertisment
Follow Us