ଜୋହାନେସବର୍ଗ: ପ୍ରତୀକ୍ଷିତ ଭାରତ ଗସ୍ତ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍ରେ ଥିବା ଅର୍ନ୍ତଦ୍ୱନ୍ଦ୍ୱ ପଦାରେ ପଡ଼ିଛି। ଏହି ଦେଶର ସର୍ବୋଚ୍ଚ କ୍ରିକେଟ୍ ସଂସ୍ଥା ସିଏସ୍ଏ (କ୍ରିକେଟ୍ ଦକ୍ଷିଣ ଆଫ୍ରିକା)ର ମୁଖ୍ୟ କାର୍ଯ୍ୟନିର୍ବାହୀ ହାରୁନ ଲୋର୍ଗାଟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟ ପକ୍ଷର ସହମତି କ୍ରମେ ଲୋର୍ଗାଟ-ସିଏସଏ ବିଛେଦ ହୋଇଥିବା ଜଣା ପଡ଼ିଛି। ଲୋର୍ଗାଟଙ୍କ ଇସ୍ତଫା ପରେ ଉପ ସଭାପତି ଥବାଙ୍ଗ ମୋରେ ସିଏସ୍ଏର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦ ଗ୍ରହଣ କରିଛନ୍ତି। ପ୍ରକାଶ ଥାଉ କି ଲୋର୍ଗାଟ ୨୦୧୩ ଜୁଲାଇରେ ତିନି ବର୍ଷ ପାଇଁ ସିଏସ୍ଏର ମୁଖ୍ୟ କାର୍ଯ୍ୟନିର୍ବାହୀ ନିଯୁକ୍ତ ହୋଇଥିଲେ। ୨୦୧୫ରେ ତାଙ୍କ କାର୍ଯ୍ୟକାଳକୁ ୨୦୧୯ ପର୍ଯ୍ୟନ୍ତ ବଢ଼ାଇ ଦିଆ ଯାଇଥିଲା। ହେଲେ ବର୍ଦ୍ଧିତ କାର୍ଯ୍ୟକାଳର ୪ ବର୍ଷ ୨ ମାସ ପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ଲୋର୍ଗାଟ- କ୍ରିକେଟ୍ ଦକ୍ଷିଣ ଆଫ୍ରିକା ବିଛେଦ
Advertisment
Follow Us