ସରୱାନ ‘କରୋନା’ଠୁ ଖରାପ: ଗେଲ୍‌

Advertisment
ସରୱାନ ‘କରୋନା’ଠୁ ଖରାପ: ଗେଲ୍‌

MbS News

ଜାମାଇକା: ନିଜ ୱେଷ୍ଟଇଣ୍ଡିଜ୍‌ ସାଥୀ ଖେଳାଳି ରାମନରେଶ ସରୱାନଙ୍କୁ ମହାମାରୀ କରୋନା ଭୂତାଣୁଠାରୁ ବି ଅଧିକ ଖରାପ ବୋଲି ଅଭିହିତ କରିଛନ୍ତି ବିସ୍ଫୋରକ ବ୍ୟାଟସମ୍ୟାନ୍‌ କ୍ରିସ ଗେଲ୍‌। ଚଳିତ ବର୍ଷର କାରବୀୟ ପ୍ରିମିୟର୍ ଲିଗ୍ (ସିପିଏଲ୍) ଲାଗି ଜାମାଇକା ତଲୱାହ ଦଳରୁ ଗେଲଙ୍କୁ ବିଦା କରିବା ପଛରେ ସରୱାନଙ୍କ ହାତ ଥିବାରୁ ସେ ଏଭଳି ଉତ୍‌କ୍ଷିପ୍ତ ହୋଇ କହିଛନ୍ତି। ବିଗ୍‌ ହିଟର୍‌ ଭାବେ ପରିଚିତ ଗେଲ୍‌ଙ୍କୁ ଜାମାଇକା ତଲୱାହ ଫ୍ରାଞ୍ଚାଇଜ୍‌ ନ ନେବା ପରେ ସେ ସେଣ୍ଟ୍ ଲ୍ୟୁସିଆ ଜୁକ୍ସ ସହ ଚୁକ୍ତିବଦ୍ଧ ହୋଇଛନ୍ତି। ଜାମାଇକା ଦଳକୁ ନିଜ ନିୟନ୍ତ୍ରଣକୁ ନେବାକୁ ସରୱାନ ପ୍ରୟାସ କରୁଥିବାରୁ ସେ ଏଭଳି କରୁଥିବା ଗେଲ୍‌ ସନ୍ଦେହ ପ୍ରକଟ କରିଛନ୍ତି। ୟୁଟ୍ୟୁବ୍ ଚାନେଲ୍‌ରେ ଛାଡିଥିବା ଏକ ଭିଡିଓରେ ଗେଲ୍ କହିଛନ୍ତି, ‘ସରୱାନ ତୁମେ ଏବେ କରୋନା ଭୂତାଣୁଠାରୁ ବି ଅଧିକ ଖରାପ’। ଜାମାଇକା ଦଳ ମୋତେ ତଡ଼ିବା ପଛରେ ତୁମ ହାତ ରହିଛି। କାରଣ ‌ତୁମେ ମାଲିକ ସହିତ ଅତି ଘନିଷ୍ଠ। ଆମେ ସବୁ କିଭଳି ଆସି‌ଛେ ତୁମେ ମୋର ଗତ ଜନ୍ମଦିନରେ ବଡ଼ ଭାଷଣ ଦେଇଥିଲ। ତୁମେ ସାପ ଭଳି ମାରାତ୍ମକ, ତ‌ୁମେ ଅତି ପ୍ରତିଶୋଧ ପରାୟଣ, ତ‌ୁମେ ମଧ୍ୟ ଅପରିପକ୍ବ। ତ‌ୁମେ ଏବେ ଲୋକଙ୍କୁ ପଛରୁ ଛୁରିକାଘାତ କରୁଛ’। ତୁମେ କେତେବେଳେ ଦଳରେ ପରିବର୍ତନ‌ ଯୋଜନା କଲ? ବିଶେଷ କରି ‘ୟୁନିଭର୍ସ ବସ୍‌’(ଗେଲ୍‌) କଥା ବିଚାର ବେଳେ ସିଧାସିଧା କହିଦେବାର ଥିଲା’ ବୋଲି ଗେଲ୍‌ ପ୍ରକାଶ କରିଛନ୍ତି। ସିପିଏଲର ପ୍ରଥମ ୪ ଋତୁରେ ଗେଲ୍‌ ଜାମାଇକା ତଲୱାହ ସହିତ‌ ଖେଳିବା ପରେ ପରବର୍ତୀ ୨ ବର୍ଷ ସେ‌ଣ୍ଟ୍ କିଟ୍ସ ଓ ନେଭିସ୍‌ ପାଟ୍ରିଅଟ୍ସ ପାଇଁ ପ୍ରତିନିଧିତ୍ବ କରିଥିଲେ। ଗତବର୍ଷ କିନ୍ତୁ ପୁଣି ଜାମାଇକା ଦଳ ପାଇଁ ପ୍ରତ୍ୟାବର୍ତନ କରିଥିଲେ। ଟି-୨୦ ଫର୍ମାଟରେ ଚମତ୍କାର ଖେଳୁଥିବା ଗେଲ୍ ମଧ୍ୟ ଆଇପିଏଲ୍‌ରେ ଆର୍‌ସିବି ଏବଂ କେକେଆର୍‌ ପାଇଁ ଖେଳିବା ପରେ ଏବେ କିଙ୍ଗସ ଇଲେଭେନ୍ ପଞ୍ଜାବ ସହିତ ରହିଛନ୍ତି। ବିଶ୍ବବ୍ୟାପୀ ପ୍ରାୟ ସମସ୍ତ ଟି-୨୦ ଲିଗ୍‌ରେ ଖେଳି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe