ସିଲି ପଏଣ୍ଟ୍‌: ରସିକିଆ ରୋନାଲ୍‌ଡୋ, ‘ଶ୍ରେଷ୍ଠ ଗୋଲ୍‌ଠାରୁ ବାନ୍ଧବୀଙ୍କ ସହ ସମ୍ଭୋଗ ଅଧିକ ମଜାଦାର’

Advertisment

ପ୍ୟାରିସ୍: ପର୍ତୁଗାଲର ତାରକା ଫୁଟ୍‌ବଲର କ୍ରିଷ୍ଟିଆନୋ ରୋନାଲଡୋ ଭାରି ରସିକିଆ। ନିଜ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚାରେ ରହୁଥିବା ରୋନାଲଡୋ ଏବେ ଏମିତି ଏକ ବୟାନ ଦେଇଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କୁ ବି ଚକିତ କରିଦେଇଛି। ୩୪ ବର୍ଷୀୟ ରୋନାଲ୍‌ଡୋ କହିଛନ୍ତି ଯେ ବାନ୍ଧବୀ ଜର୍ଜିନା ରୋଡ୍ରିଗ୍ବେଜଙ୍କ ସହ ସମ୍ଭୋଗ ମୋ ଜୀବନର ସର୍ବଶ୍ରେଷ୍ଠ ଗୋଲ୍‌ଠାରୁ ଆହୁରି ମଜାଦାର ଓ ଉପଭୋଗ୍ୟ।

publive-image

୨୦୧୮ ଏପ୍ରିଲରେ ରିଅଲ ମାଦ୍ରିଦର ପ୍ରତିନିଧିତ୍ବ କରି ଜୁ‌ଭେଣ୍ଟସ୍ ବିପକ୍ଷରେ ଦେଇଥିବା ଗୋଲ୍ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ଗୋଲ୍ ବୋଲି ରୋନାଲଡୋ ବୁଧବାର ଦେଇଥିବା ସାକ୍ଷାତକାରରେ କହିଥିଲେ। ହେଲେ ଏହି ଗୋଲ୍‌ର ମଜାଠାରୁ ଜର୍ଜିନାଙ୍କ ସହ ଶାରୀରିକ ସଂପର୍କ ରଖିବା ତାଙ୍କୁ ଅଧିକ ଆନନ୍ଦ ଦିଏ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ ରୋନାଲଡୋ ଓ ଜର୍ଜିନା ୨୦୧୬ ମସିହାରୁ ପରସ୍ପରକୁ ପ୍ରେମ କରି ଆସୁଛନ୍ତି। ଉଭୟଙ୍କର ଆଲାନା ମାର୍ଟିନା ନାମରେ ଝିଏଟିଏ ମଧ୍ୟ ଅଛି। ଏହା ବ୍ୟତୀତ ରୋନାଲଡୋଙ୍କ ପୂର୍ବ ସଂପର୍କରୁ ମଧ୍ୟ ତିନିଟି ସନ୍ତାନ ଅଛି। ଉଭୟ ମିଳିତ ଭାବେ ୪ ଜଣ ଶିଶୁଙ୍କୁ ବଡ଼ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe