ସ୍ବତନ୍ତ୍ର ଅନୁଦାନ ଦାବି ଦୋହରାଇଲା ଓସିଏ

Advertisment
ଆଜି ଓସିଏ ନିର୍ବାଚନ : ଦ୍ୱି-ସ୍ତରୀୟ ଯାଞ୍ଚ ବ୍ୟବସ୍ଥା, ସ˚ଧ୍ୟାରେ ଫଳାଫଳ

କଟକ: ବାରବାଟୀ ଷ୍ଟାଡିୟମକୁ ପୁଣି ଥରେ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଫେରିଛି। ଯଦିଓ ଓସିଏ ଏଥିପାଇଁ ପ୍ରସ୍ତୁତ ବୋଲି କୁହାଯାଇଛି କିନ୍ତୁ ଫନି ପ୍ରଭାବରେ ଷ୍ଟାଡିୟମର ଯେଉଁ ଅବସ୍ଥା ହୋଇଛି, ତାହା ନସୁଧୁରିବା ପର୍ଯ୍ୟନ୍ତ ଏଠାରେ ଫ୍ଲଡ୍‌ ଲାଇଟ୍‌ରେ ମ୍ୟାଚ୍‌ କରାଯିବା ଅସମ୍ଭବ ବୋଲି କୁହାଯାଉଛି। କାରଣ ବାତ୍ୟାରେ ଅନେକ ଫ୍ଲଡ୍‌ ଲାଇଟ୍‌ ଖସିପଡ଼ିଥିଲାବେଳେ ପ୍ରେସ୍‌ ବକ୍ସ, ଏସି ଗ୍ୟାଲେରୀ, ନିଉ ପାଭିଲିଅନ୍‌, ଅପର ପ୍ରେସ୍‌ ବକ୍ସ ଇତ୍ୟାଦି ବହୁଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ହେଲେ ଆମିକସ୍‌ କ୍ୟୁରି ଓସିଏର ସ୍ବତନ୍ତ୍ର ଅନୁଦାନ ଦାବିକୁ ଏଡାଇ ଦେବାରୁ ଏଠାରେ ଆନ୍ତର୍ଜାତିକ ଦିନିକିଆ ହେବା ନେଇ ଆଶଙ୍କା ଲାଗିରହିଥିଲା। ଏବେ ପୁଣି ଥରେ ବିସିସିଆଇ କଟକକୁ ଭାରତ ଓ େଵଷ୍ଟଇଣ୍ତିଜ୍‌ ଦିନିକିଆ ଶୃଙ୍ଖଳାର ଫାଇନାଲ୍‌ ମ୍ୟାଚ ଆୟୋଜନ କରିବାକୁ ଅଧିକାର ଦେଇଥିବାରୁ, ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ହେଲେ ସ୍ବତନ୍ତ୍ର ଅନୁଦାନ ନିହାତି ଆବଶ୍ୟକ ବୋଲି ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି। ଖୁବ୍‌ଶୀଘ୍ର ଏସ˚ପର୍କରେ ବିସିସିଆଇକୁ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe