ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: କର୍ଣ୍ଣାଟକଠୁ ହାରିଲା ଓଡ଼ିଶା

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: କର୍ଣ୍ଣାଟକଠୁ ହାରିଲା ଓଡ଼ିଶା

କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଗୁରୁବାର ଓଡ଼ିଶା ୫୧ ରନ୍‌ରେ କର୍ଣ୍ଣାଟକଠୁ ହାରିଯାଇଛି। ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଦ୍ରୁତ ୩୨ ରନ୍‌ ସତ୍ତ୍ବେ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କ ଦାୟିତ୍ବହୀନ ବ୍ୟାଟି˚ ଯୋଗୁଁ କର୍ଣ୍ଣାଟକର ୧୫୫ ରନ୍‌ ଜବାବରେ ଓଡ଼ିଶା ୧୦୪ ରନ୍‌ କରି ସମସ୍ତ ଵିକେଟ ହରାଇଥିଲା। ଟସ୍‌ ଜିତି କାମଚଳା ଅଧିନାୟକ ଅନୁରାଗ ଷଡ଼ଙ୍ଗୀ ପ୍ରଥମେ ବୋଲି˚ ନିଷ୍ପତ୍ତି ନେଇଥିଲେ। କର୍ଣ୍ଣାଟକର ରୋହନ କଦମ (୮୯) ଅର୍ଧଶତକ ଜମାଇଥିଲା ବେଳେ ଓଡ଼ିଶା ପାଇଁ ସଫଳ ବୋଲର ଭାବେ ପପୁ ରାଏ ଓ ବିପ୍ଲବ ସାମନ୍ତରାୟ ୨ ଲେଖାଏଁ ଵିକେଟ୍‌ ପାଇଥିଲେ। ରାଜେଶ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ ଗୋଟିଏ ଲେଖାଏଁ ଵିକେଟ ପାଇଥିଲେ। ହେଲେ ଓଡ଼ିଶା ପାଳି ଆରମ୍ଭରୁ କ୍ଷତିରେ ପଡ଼ିଥିଲା। ବଡ଼ ସଟ୍‌ ମାରିବାକୁ ଯାଇ ରାଜେଶ ଧୂପର ଖାତା ଖୋଲିବା ପୂର୍ବରୁ ବୋଲ୍ଡ ହୋଇଥିଲା ବେଳେ ଦ୍ରୁତ ଖେଳିବାକୁ ଯାଇ ସ୍ବସ୍ତିକ ସାମଲ (୮) ଓ ଅନୁରାଗ ଷଡ଼ଙ୍ଗୀ (୧୨) ମଧ୍ୟ ନିଜ ଵିକେଟ ହରାଇଥିଲେ। ପରେ ବିପ୍ଲବ ସାମନ୍ତରାୟ (୮), ଅରବିନ୍ଦ ସିଂହ (୫) ଓ ଅଭିଷେକ ରାଉତ (୮) ବି ନିରାଶ କରିଥିଲେ। ଫଳରେ ଏକ ସମୟରେ ୪୪ ରନ୍‌ ମଧ୍ୟରେ ଓଡ଼ିଶାର ପ୍ରଥମ ୬ ଵିକେଟ ଝଡ଼ି ଯାଇଥିଲା। ଅଷ୍ଟମ ସ୍ଥାନରେ ଆସିଥିବା ସୂର୍ଯ୍ୟକାନ୍ତ ପ୍ରଧାନ ଦ୍ରୁତ ଖେଳିବାକୁ ଯାଇ ୧୭ ବଲ୍‌ରୁ ୩ ଚୌକା ୨ ଛକା ସହ ୩୨ ରନ୍‌ କରିଥିଲେ। ନିମ୍ନକ୍ରମରେ ପ୍ରୟାସ ସି˚ହ ୧୨, ଦେବବ୍ରତ ପ୍ରଧାନ ୧୩ ରନ୍‌ କରି ଆଉଟ ହୋଇଥିଲେ। ବିଜୟୀ ଦଳର କେସି କାରିୟାପ୍ପା ୪, ଭି କୌଶିକ ୩ ଵିକେଟ ପାଇଥିଲେ।

ଶ୍ରେୟସଙ୍କ ଆଉଟ୍‌ ନେଇ ବିବାଦ
ଓଡ଼ିଶା ଓ କର୍ଣ୍ଣାଟକ ମ୍ୟାଚ୍‌ରେ ଗୁରୁବାର ଏକ ବିବାଦୀୟ ଘଟଣା ଦେଖିବାକୁ ମିଳିଥିଲା। କର୍ଣ୍ଣାଟକ ପାଳିର ୧୮ତମ ଓଭରରେ ଏହି ଘଟଣା ଘଟିଥିଲା। ଓସିଏ କାର୍ଯ୍ୟାଳୟ ପଟୁ ପପୁ ରାଏ ଏହି ଓଭର ବୋଲି˚ କରୁଥିବା ବେଳେ ଶ୍ରେୟସ ଗୋପାଳ ବ୍ୟାଟି˚ କରୁଥିଲେ। ଓଭରର ଶେଷ ବଲ୍‌ ଶ୍ରେୟସଙ୍କ ପ୍ୟାଡ୍‌ରେ ବାଜିଥିବାରୁ ପପୁ ଏଲ୍‌ବିଡବ୍ଲୁ ଆବେଦନ କରିଥିଲେ। ତତ୍‌କ୍ଷଣାତ ଆନ୍ତର୍ଜାତିକ ଅମ୍ପାୟାର ଅମେସ୍‌ ସାହେବା ଶ୍ରେୟସଙ୍କୁ ଆଉଟ୍‌ ଦେଇଥିଲେ। ତେବେ ବଲ୍‌ଟି ତାଙ୍କ ବ୍ୟାଟ୍‌ରେ ବାଜିଥିବା ଶ୍ରେୟସ ଅମ୍ପାୟାରଙ୍କୁ କହିଥିଲେ। ସେ ପିଚ୍‌ ଛାଡ଼ି ଚାଲିଯାଉଥିବା ବେଳେ ଅମ୍ପାୟାର ଅମେସ୍‌ ତାଙ୍କୁ ଅଟକାଇବା ସହ ଲେଗ୍‌ ଅମ୍ପାୟାର ରାଜୀବ ଗୋଦରାଙ୍କ ସହିତ ଆଲୋଚନା କରି ତାଙ୍କୁ ନଟ୍‌ଆଉଟ ଘୋଷଣା କରିଥିଲେ। ଫଳରେ ଆଉଟ୍‌ରୁ ବର୍ତି ଶ୍ରେୟସ ପୁନର୍ବାର ବ୍ୟାଟି˚ କରିବାକୁ ସୁଯୋଗ ପାଇଥିଲେ। ତେବେ ଏହାର ପରବର୍ତ୍ତୀ ଓଭରରେ ଶ୍ରେୟସ ୧୭ ରନ୍‌ କରି ରନ୍‌ ଆଉଟ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe