ଜାଲିଆତି କରି ବ୍ୟାଙ୍କରୁ ୧.୧୬ କୋଟି ହଡ଼ପ

Advertisment

ଅଭିଯୁକ୍ତ ମହିଳା ସହକାରୀ ପ୍ରବନ୍ଧକ ଗିରଫ

ଅଭିଯୁକ୍ତ ମହିଳା ସହକାରୀ ପ୍ରବନ୍ଧକ ଗିରଫ

ଜାଲିଆତି କରି ବ୍ୟାଙ୍କରୁ ୧.୧୬ କୋଟି ହଡ଼ପ

ଭୁବନେଶ୍ବର: ଚଞ୍ଚକତା କରି ଗ୍ରାହକଙ୍କ ଆକାଉଣ୍ଟ୍‌ ଜରିଆରେ ଋଣ କରାଇ ବ୍ୟାଙ୍କରୁ ୧ କୋଟି ୧୬ଲକ୍ଷ ୮୭ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଆଜି ଭରତପୁର ଥାନା ପୁଲିସ ଜଣେ ମହିଳା ସହକାରୀ ପ୍ରବନ୍ଧକଙ୍କୁ ଗିରଫ କରିଛି। ସେ ହେଉଛନ୍ତି କଳିଙ୍ଗନଗରସ୍ଥିତ ୟୁନିଅନ୍‌ ବ୍ୟାଙ୍କ୍‌ର ସହକାରୀ ପ୍ରବନ୍ଧକ ମୀନା ନାୟକ(୪୦)। ତାଙ୍କ ଘର ମୟୂରଭଂଜ ଟାଟାପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଭରତପୁରସ୍ଥିତ ମହାଲକ୍ଷ୍ମୀବିହାରରେ ରୁହନ୍ତି।

ଖବର ଅନୁଯାୟୀ, ଗତ ଅକ୍ଟୋବର ୧୦ରେ ଅବସରପ୍ରାପ୍ତ ସରକାରୀ ଚାକିରିଆ ହୃଷୀକେଷ ଭୁଜବଳ ଉକ୍ତ ବ୍ୟାଙ୍କ୍‌ରେ ୧୦ଲକ୍ଷ ଟଙ୍କା ଫିକ୍ସଡ୍ ଡିପୋଜିଟ୍ କରିଥିଲେ। ଏହାର ପରଦିନ ତାଙ୍କ ନାଁ’ରେ ଉକ୍ତ ଆକାଉଣ୍ଟ୍‌ରୁ ୭ଲକ୍ଷ ଟଙ୍କାର ଋଣ ଆବେଦନ କରାଯାଇଥିଲା ଓ ସଙ୍ଗେସଙ୍ଗେ ଋଣ ମଞ୍ଜୁର ହୋଇ ଟଙ୍କାକୁ ଅନ୍ୟ ଏକ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା। ଏହାକୁ ନେଇ ୟୁନିଅନ୍‌ ବ୍ୟାଙ୍କ୍‌ର ଆଣ୍ଟି ଫ୍ରଡ୍ ସେଲ୍‌ର ସନ୍ଦେହ ଉପୁଜିଥିଲା। ଆଣ୍ଟି ଫ୍ରଡ୍ ସେଲ୍‌ର ଅଧିକାରୀ ହୃଷୀକେଷଙ୍କୁ ଯୋଗାଯୋଗ କରି ଋଣ ସମ୍ବନ୍ଧରେ ପଚାରିଥିଲେ।

ହୃଷିକେଷ ଋଣ ପାଇଁ ଆବେଦନ କରିନଥିଲେ କି ଋଣ ଟଙ୍କା ନେଇନାହାନ୍ତି ବୋଲି କହିଥିଲେ। ଏହା ପରେ ତାଙ୍କ ନାଁ’ରେ ଆବେଦନ ହୋଇଥିବା ଡକ୍ୟୁମେଣ୍ଟ ଯାଞ୍ଚ୍ କରିବାରୁ ସଂପୃକ୍ତ ଶାଖାର ମହିଳା ଅଧିକାରୀ ମୀନା ନାୟକ ଚଞ୍ଚକତା କରି ଏହି ଠକେଇ କରିଥିବା ଜଣାପଡ଼ିଥିଲା।

ପରେ ଅଧିକ ଖୋଳତାଡ୍‌ କରିବାରୁ ମୀନାଙ୍କ ବିରୋଧରେ ଆହୁରି ଅଧିକ ସଂଗିନ୍ ଅଭିଯୋଗ ଓ ତଥ୍ୟ ମିଳିଥିଲା। ଅନେକ ଗ୍ରାହକଙ୍କ ଫିକ୍ସଡ୍ ଡିପୋଜିଟ୍, ପେନସନ୍ ଆକାଉଣ୍ଟ୍, ଗୋଲ୍ଡ ଲୋନ୍ ଓ ହାଉସ୍ ଲୋନ୍ ଆଦି କରାଇଥିବା ଆଣ୍ଟି ଫ୍ରଡ୍‌ ସେଲ୍ ଯାଞ୍ଚ୍ ପରେ ଜାଣିଥିଲା। ଏହି ଭଳି ସେ ସମୁଦାୟ କୋଟିଏ ୧୬ଲକ୍ଷ ୮୭ହଜାର ଟଙ୍କା ହେରଫେର୍ କରିଥିବା ବେଳେ ମାତ୍ର ୩୦ ଲକ୍ଷ ଟଙ୍କା ସୁଝିଥିବା ଜଣାପଡ଼ିଛି। ୟୁନିଅନ୍ ବ୍ୟାଙ୍କ୍‌ର ଆଣ୍ଟି ଫ୍ରଡ୍‌ ସେଲ୍ ଏନେଇ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୀନାଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe