ମୋବାଇଲ୍ ଚୋରି ପରେ ଅନ୍‌ଲାଇନ୍‌ରେ ୧.୨୫ଲକ୍ଷ ଲୁଟ୍‌

Advertisment
ମୋବାଇଲ୍ ଚୋରି ପରେ ଅନ୍‌ଲାଇନ୍‌ରେ ୧.୨୫ଲକ୍ଷ ଲୁଟ୍‌

ବ୍ରହ୍ମପୁର : ବଜାରରେ ମୋବାଇଲ୍ ଚୋରି ‌ହେବାର ଦିନେ ବ୍ୟବଧାନରେ ବ୍ୟାଙ୍କ୍‌ ଜମାଖାତାରୁ ଅନ୍‌ଲାଇନ୍‌ରେ ୧ ଲକ୍ଷ ୨୫ ହଜାର ଟଙ୍କା ଅନ୍ୟ ୧୦ଟି ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରି ଲୁଟ୍‌ ହୋଇଛି। ଏଭଳି ଏକ ଅଭିଯୋଗ ବ୍ରହ୍ମପୁର ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନାରେ ହୋଇଥିବା ଜଣାପଡ଼ିଛି।

publive-image Navbharat Times

ସୂଚନା ମୁତାବକ, ଭଂଜନଗର ଥାନା ଭେଜିପୁଟ ଅଂଚଳର ଜଣେ ଯୁବକ ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ ଛକ ନିକଟ ଏକ ଆପାର୍ଟମେଣ୍ଟରେ ରହୁଛନ୍ତି। ଗତ ୨୪ତାରିଖ ସକାଳେ ଦୀପାବଳି ପାଇଁ ବାଣ ସହ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ନିକଟସ୍ଥ ଆଙ୍କୋଲି ଶିଳ୍ପାଂଚଳ ବଜାରକୁ ଯାଇଥିଲେ। କିଣାକିଣି ବେଳେ ତରତର ହୋଇ ସେଠାରେ କୌଣସି ଏକ ଦୋକାନରେ ନିଜ ମୋବାଇଲ୍ ଛାଡ଼ି ଚାଲି ଆସଥିଲେ। ଏହା ଜାଣିଲା ପରେ ପୁଣିଥରେ ସେହି ବଜାରକୁ ଯାଇ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ମୋବାଇଲ୍ ଫୋନ୍‌ ଆଉ ପାଇନଥିଲେ। ପରଦିନ ଆଉ ଏକ ନୂଆ ମୋବାଇଲ୍ ଫୋନ୍‌ କିଣି ନିଜର ପୁରୁଣା ନମ୍ବରରେ ଥିବା ସିମ୍‌କୁ ପୁନଃ ଇସ୍ୟୁ କରାଇ ପକାଇଥିଲେ। ସେଥିରେ ଫୋନ୍‌ ପେ ଆପ୍ଲିକେସନ୍‌ ଇନ୍‌ଷ୍ଟଲ୍ କରିବାରୁ ଜାଣିଲେ ପୂର୍ବଦିନ (ଗତ ୨୪ତାରିଖ) ସନ୍ଧ୍ୟା ମଧ୍ୟରେ ୧୦ଟି ଅଜଣା ନମ୍ବରକୁ ତାଙ୍କ ହଜିଥିବା ଫୋନ୍‌ ଯୋଗେ ଅନ୍‌ଲାଇନ୍‌ରେ ‌ମୋଟ ୧ଲକ୍ଷ ୨୫ହଜାର ୯୦୧ ଟଙ୍କା ଟ୍ରାନ୍ସଫର୍‌ କରାଯାଇଛି। ଏହାପରେ ସେ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe