ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା ଜାରି; ତିନି ଦିନରେ ଆବେଦନ କଲେ ଦେଢ଼ ଲକ୍ଷ ଛାତ୍ରଛାତ୍ରୀ

Advertisment
ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା ଜାରି; ତିନି ଦିନରେ ଆବେଦନ କଲେ ଦେଢ଼ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ବର: ଚଳିତ ଶିକ୍ଷା ବର୍ଷରେ ଯୁକ୍ତ ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ପ୍ରିକ୍ରିୟା ଜାରି ରହିଛି । ଗତ ୨୦ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ଆଜି ସୁଦ୍ଧା ୧ଲକ୍ଷ୫୦ ହଜାର ଛାତ୍ରଛାତ୍ରୀ ସାମସ ପୋର୍ଟାଲ ମାଧ୍ୟମରେ ଆବେଦନ କରିସାରିଛନ୍ତି। ୨୦୫୮ ହାୟର ସେକେଣ୍ଡାରୀ ସ୍କୁଲରେ ୫ଲକ୍ଷ୪ ହଜାର ସିଟ ମହଜୁଦ ରହିଛି। ସାମସ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ଅତି କମରେ ୫ଟି ହାୟର ସେକେଣ୍ଡାରି ସ୍କୁଲ ପାଇଁ ଆବେଦନ କରିବା ବାଧ୍ୟତାମୂଳକ କରାଯାଇଛି। ଛାତ୍ରଛାତ୍ରୀ ନିଜର ହ୍ଵାଟସଆପ ନମ୍ବର ଆଡ଼ମିସନ ଫର୍ମରେ ଦେବାକୁ ଡ଼ିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି। ହ୍ଵାଟ୍ସଆପ ଜରିଆରେ ପିଲାଙ୍କୁ ନାମଲେଖା ସମ୍ପର୍କିତ ସୂଚନା ସହ ପାଠପଢା ସମ୍ପର୍କିତ ଖବର ଦିଆଯିବ। ସେହିଭଳି ସ୍କୁଲ ତରଫରୁ ମିଳିଥିବା ୟୁନିକ ଷ୍ଟୁଡେଣ୍ଟ ଆଇଡ଼ି ମଧ୍ୟ ଫର୍ମ ପୂରଣ ସମୟରେ ଦେବା ବାଧ୍ୟତାମୂଳକ କରାଯାଇଛି। ଆଡ଼ମିସନ ସମ୍ପର୍କିତ କୌଣସି ସୂଚନା ପାଇଁ ଦୁଇଟି ଟୋଲ ଫ୍ରି ନମ୍ବର (155335, 18003456770)ରେ ଛାତ୍ରଛାତ୍ରୀ ଯୋଗାଯୋଗ କରିପାରିବେ।

ସେହିଭଳି odishacareerportal.comରେ ଛାତ୍ରଛାତ୍ରୀ ନିଜର କ୍ୟାରିଅର ସମ୍ବନ୍ଧିତ ସମସ୍ତ ତଥ୍ୟ ପାଇପାରିବେ। ଉଚ୍ଚଶିକ୍ଷା ପାଇଁ କେଉଁ କ୍ୟାରିଅର ବାଛିବେ, କେଉଁଠି ପଢିବେ ସେ ତଥ୍ୟ ନିଜର ଲଗଇନ ଆଇଡି ଦେଇ ପାଇପାରିବେ। ରାଗିଂ ଉପରେ ଗୁରୁତ୍ୱ ଦେଇଛି ଉଚ୍ଚ ଶିକ୍ଷା ନିର୍ଦେଶାଳୟ। କୌଣସି ପିଲା ଯଦି ରାଗିଂର ଶିକାର ହୁଅନ୍ତି, ତା’‌ହେଲେ ନିଜର କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଜଣାଇବାକୁ ଅନୁରୋଧ କରାଯାଇଛି।

ୟୁଟ୍ୟୁବରେ ୪୫୦ ଭିଡିଓ କ୍ଳାସ ଉପଲବ୍ଧ ଥିବାବେଳେ ଛାତ୍ରଛାତ୍ରୀ ଦୀକ୍ଷା ପୋର୍ଟାଲରୁ ପାଠ୍ୟ ସାମଗ୍ରୀ ପାଇପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ରଘୁରାମ ଆୟର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଯୁକ୍ତ ୨ରେ ସିଟ ସଂଖ୍ୟା ବଢ଼ାଯିବ। ସେପ୍ଟେମ୍ବର ପହିଲାରୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢା ପାଇଁ ଯୋଜନା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe