ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ର ସ୍ଵତନ୍ତ୍ର ଚଢ଼ଉ, ୧.୫୦ ଲକ୍ଷ ଜରିମାନା

ପେନ୍‌ ଉପରୁ ଜିଏସ୍‌ଟି କମାଇବାକୁ ନିବେଦନ

Jagran

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଥିବା ଏକ ଟ୍ରାନ୍ସପୋର୍ଟ ଗୋଦାମ ଉପରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ଚଢ଼ଉ କରି ୧ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଆଦାୟ କରିଛି। କଳାହାଣ୍ଡି ଜିଲ୍ଲା ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ବିଭାଗର ସିଟିଓ ନୀଳାଦ୍ରି ବିହାରୀ ଦାଢିଆଙ୍କ ନେତୃତ୍ବରେ ଏସିଟିଓ ନିମିଶ ସାହୁ ଓ ସୁଧାଂଶୁ ବେହେରା କେସିଙ୍ଗାସ୍ଥିତ ଶ୍ୟାମଜୀ ରାଇସ୍‌ ମିଲ୍‌ ପରିସରରେ ଥିବା କଳିଙ୍ଗ ସୁପରଫାଷ୍ଟ ମୁଭେର ପ୍ରାଇଭେଟ୍ ଲିମିଟେଡ୍‌ର ଗୋଦାମ ଉପରେ ଚଢ଼ଉ କରିଥିଲେ। ଏକ ୧୦ ଚକିଆ ଟ୍ରକ୍‌ (ଏନ୍ଏଲ୍୦୧ଏଇ-୩୬୭୧)ରେ କପଡ଼ା ସହ ଅନ୍ୟାନ୍ୟ ଜିନିଷ ବୋଝଇ ହୋଇଥିବା ତଦନ୍ତକାରୀ ଟିମ୍‌ ଦେଖିଥିଲେ।

ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ର ସନ୍ଦେହ ହେବାରୁ କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚବେଳେ ବିଭିନ୍ନ ବ୍ୟବସାୟିକ ସଂସ୍ଥାର ଲକ୍ଷାଧିକ ଟଙ୍କାର ଜିନିଷ କଲିକତା ଅଞ୍ଚଳରୁ ଆସିଥିବା ବେଳେ କେସିଙ୍ଗାରେ ସମସ୍ତ ଜିନିଷ ଅନ୍‌ଲୋଡ୍‌ ହେବାର ଥିଲା ବୋଲି ଜଣାପଡ଼ିଛି। କେବଳ କେସିଙ୍ଗାର ପାୟଲ କ୍ଲଥ୍‌ଷ୍ଟୋର, ପୂଜା ଗାର୍‌ମେଣ୍ଟସ୍‌, ଶାନ୍ତି ଟେକ୍ସଟାଇଲ୍‌ର ମାତ୍ର ୨୪ଟି ବିଲ୍ ଭାଉଚରରେ ଦେଢ଼ଲକ୍ଷ ଟଙ୍କାର ଜିଏସ୍‌ଟି ବିଲ୍ ରହିଥିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୨ ଲକ୍ଷରୁ ଅଧିକ ଟଙ୍କାର ଜିଏସ୍‌ଟି କାଗଜପତ୍ର ନଥିବା ସନ୍ଦେହ କରାଯାଉଛି। ଏନ୍‌ଫୋର୍ସମେଣ୍ଟ ବିଭାଗ ସମସ୍ତ ମାଲ୍ ଓ ଟ୍ରକରେ ଥିବା ବିଲ୍ ଭାଉଚରକୁ ଜବତ କରିଛି। ଅଧିକ ତଦନ୍ତ ପାଇଁ ଜବତ ମାଲ୍‌କୁ ଭବାନୀପାଟଣାକୁ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe