ପାଣି ପାଇଁ ଦେଢ଼ କିଲୋମିଟର ଯାତ୍ରା

Advertisment
ପାଣି ପାଇଁ ଦେଢ଼ କିଲୋମିଟର ଯାତ୍ରା

କେନ୍ଦୁଝର : ଖରାଦିନ ପୂର୍ବରୁ ପାନୀୟଜଳ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ, ବ୍ଲକ୍‌ ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନଥିବା ‌ଦେଖିବାକୁ ମିଳିଛି। କେନ୍ଦୁଝର ସଦର ବ୍ଲକ୍‌ ଶଙ୍କିରୀ ପଞ୍ଚାୟତ ପୋଟଳ ଗ୍ରାମ ଗୁଡ଼ାସାହିରେ ପାନୀୟଜଳ ସଂକଟ ଉତ୍କଟ ହୋଇଛି। ପାଣି ପାଇଁ ଲୋକେ ଦେଢ଼ କିଲୋମିଟର ଚାଲିଚାଲି ଯାଉଥିବା ଅଭିଯୋଗ କରିଛନ୍ତି।

ସାହିରେ ୧୫ଟି ପରିବାରର ଶହେରୁ ଊର୍ଦ୍ଧ୍ବ ଲୋକ ବାସ କରୁଛନ୍ତି। ଦୀର୍ଘବର୍ଷ ଧରି ଗ୍ରାମରେ ପାନୀୟ ଜଳର ସମସ୍ୟା ଲାଗି ରହିଥିଲା। କିଛିବର୍ଷ ତଳେ ଗାଁଲୋକ ଦାବି ପରେ ଏକ ସୋଲାର ଚାଳିତ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା। କିଛିଦିନ ଚାଲିବା ପରେ ବର୍ତ୍ତମାନ ଖରାପ ହୋଇଯାଇଛି। ମରାମତି ମଧ୍ୟ କରାଯାଉ ନାହିଁ। ଫଳରେ ଲୋକେ ପାଣିପାଇଁ ବହୁତ ହଇରାଣ ହେଉଛନ୍ତି। ପାନୀୟଜଳ ବ୍ୟବସ୍ଥା ନଥିବାରୁ ଲୋକେ ବାଧ୍ୟ ହୋଇ ଦେଢ଼ କିଲେମିଟର ଯାଇ ପାଣି ଆଣୁଛନ୍ତି। ତୁରନ୍ତ ଗୁଡାସାହିରେ ପାନୀୟଜଳ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe