ଆସିଲା ୧.୮ଲକ୍ଷ ‘କୋଭିସିଲ୍‌ଡ’

Advertisment

ଆଜି ୮ ଜିଲ୍ଲାରେ ଟିକାକରଣ ବନ୍ଦ

ଆଜି ୮ ଜିଲ୍ଲାରେ ଟିକାକରଣ ବନ୍ଦ

ଆଉ ୨୨ ଜିଲ୍ଲାକୁ ବଢ଼ିଲା ୧୮-୪୪ ବର୍ଗଙ୍କ ଟିକାକରଣ

The Logical Indian

ଭୁବନେଶ୍ବର : ରାଜ୍ୟରେ 'କୋଭିସିଲ୍‌ଡ' ଟିକାର ଉତ୍କଟ ଅଭାବ ଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ଲକ୍ଷ ୮୮ହଜାର ୧୦ ଡୋଜ୍ ଟିକା ଶନିବାର ସଂଧ୍ୟାରେ ରାଜ୍ୟରେ ପହଞ୍ଚିଛି। ଏହି ଟିକାକୁ ଜିଲ୍ଲାସ୍ତରରେ ପଠାଯିବ। ତେବେ ଆସନ୍ତା ସୋମବାର ରାଜ୍ୟର ୮ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଯଦି ଠିକ୍ ସମୟରେ ଜିଲ୍ଲାସ୍ତରରେ ଟିକା ପହଞ୍ଚିଯାଏ, ତାହାଲେ ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଟିକାର ଅଭାବ ଯୋଗୁଁ ପ୍ରତ୍ୟେକ ଦିନ ଏକାଧିକ ଜିଲ୍ଲାରେ ଟିକାକରଣ ହୋଇପାରୁ ନାହିଁ। ଏଥିପାଇଁ ସୋମବାର ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ଟିକାକରଣ ବନ୍ଦ ରହିବ। ସେହିଦିନ ରାଜ୍ୟରେ ୧୮୧ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଭୁବନେଶ୍ବରରରେ ୫ଟି ଅଧିବେଶନରେ ଟିକାକରଣ ଅନୁଷ୍ଠିତ ହେବ। କେବଳ ଭୁବନେଶ୍ବରକୁ ବାଦ୍ ଦେଲେ ଜିଲ୍ଲାସ୍ତରରେ ଟିକାକରଣ କେନ୍ଦ୍ରକୁ ସାନିଟାଇଜ୍ କରିବା ଲାଗି ରବିବାର ଟିକାକରଣ ବନ୍ଦ ରହୁଛି। ଆଜି ରାଜ୍ୟରେ ୨୧୦ ଅଧିବେଶନରେ ୩୩,୮୪୫ ଜଣଙ୍କୁ କରୋନା ଟିକା ଦିଆଯାଇଛି। ଏଥିରେ ୪୫ ବର୍ଷରୁ ଅଧିକ ୮୨୩୪ଜଣଙ୍କୁ ଦ୍ବିତୀୟ ଓ ୬୯୨୧ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି।

ସେହିପରି ୧୮-୪୪ବର୍ଗର ୧୫,୪୭୮ଜଣ ଟିକା ନେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୬୫ଲକ୍ଷ ୬୭ଜହାର ୪୨୯ଜଣ ଟିକା ନେଇ ସାରିଲେଣି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୭ ପ୍ରତିଶତ ପ୍ରଥମ, ୮୭ ପ୍ରତିଶତ ଦ୍ବିତୀୟ, ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୧୦୫ ପ୍ରତିଶତ ପ୍ରଥମ ଓ ୮୯ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇଛ୍ତି। ରାଜ୍ୟରେ ୧୮-୪୪ବର୍ଗର ୧ଲକ୍ଷ ୩୬ହଜାର ୧୪୨ଜଣ ଟିକା ନେଇ ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe