ରାଜ୍ୟରେ ଦିନକୁ ପିଉଛନ୍ତି ଲକ୍ଷେ ୮୭ ହଜାର ଲିଟର ମଦ

Advertisment
ବାଲିଅନ୍ତାରେ ଚୋରାମଦ ବନ୍ୟା: ନାଁ’କୁ ଗିରଫଦାରୀ, ଥମୁନି କାରବାର

Cone Health

କଟକ : ରାଜ୍ୟରେ ପ୍ରତି ମାସରେ ଗ୍ରାହକ ପିଉଛନ୍ତି ପ୍ରାୟ ୫୬ ଲକ୍ଷ ୧୬ ହଜାର ଲିଟର ମଦ। ଅର୍ଥାତ ହାରାହାରି ଭାବେ ଦିନକୁ ମଦ ପିଉଛନ୍ତି ଲକ୍ଷେ ୮୭ ହଜାର ଲିଟର। କିନ୍ତୁ ଏଥିରୁ ନିର୍ଦ୍ଦିଷ୍ଟ ଭାବେ କେବଳ ୩ଟି ବ୍ରାଣ୍ଡ୍‌ର ମଦ ଗ୍ରାହକ ଅଧିକ ପସନ୍ଦ କରୁଛନ୍ତି। କିନ୍ତୁ ଏବେ ମିଳୁନାହିଁ। ଏହାକୁ ନେଇ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏସଂପର୍କରେ ଅଭିଯୋଗ ମିଳିବା ପରେ ଅବକାରୀ କମିସନର ତନାଘନା ଆରମ୍ଭ କରିଛନ୍ତି।

publive-image TheJournal.ie

ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ ୧୯ ଶହ ୨୨ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ମଧ୍ୟରୁ କେବଳ ଠିପି ବନ୍ଦ ଏବଂ ଦେଶୀ ମଦ ମୋଟ ୧୨ ଶହ ୯୬ ଦୋକାନ ଲଟେରୀ ମାଧ୍ୟମରେ ଗଲା ମେ ୧ ତାରିଖରୁ ନୂଆ ଲାଇସେନ୍ସ ପାଇଛନ୍ତି। ଚଳିତ ବର୍ଷ ଲଟେରୀ ଆରମ୍ଭ ପୂର୍ବରୁ ପୁରୁଣା ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ଓ ଦେଶୀ ମଦ ଦୋକାନୀ ନିଜ ଦୋକାନର ସମସ୍ତ ମଦ ବିକ୍ରି କରି ଦେଇଥିଲେ।

ନୂଆ ଲାଇସେନ୍ସପ୍ରାପ୍ତ ଦୋକାନୀ ଯେତେବେଳେ ମେ ୧ ତାରିଖରୁ ଦୋକାନ ଖୋଲିବା ଆରମ୍ଭ କଲେ ସେତେବେଳେ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିଃ (ଓଏସବିସିଏଲ୍)ର ମୋଟ ୯ଟି ଡିପୋରେ ମଦର ଅଭାବ ଦେଖା ଦେଇଥିଲା। ନୂଆ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମଦ କିଣିବାକୁ ଯେତେବେଳେ ଓଏସବିସିଏଲ୍‌କୁ ଅର୍ଡର ଦେଲେ ସେତେବେଳେ ଏଭଳି ନୂଆ ସମସ୍ୟା ମୁଣ୍ଡ ଟେକିଛି।

publive-image

ମଦ ବ୍ୟବସାୟୀମାନଙ୍କ କହିବା କଥା, ରାଜ୍ୟରେ ଥିବା ଠିପି ବନ୍ଦ ମଦ ଦୋକାନ ୧୧୫୯, ଠିପି ଖୋଲା ୫୩୫, ଦେଶୀ ୧୯୭, କ୍ୟାଣ୍ଟିନ ୩୧କୁ ମିଶାଇ ମୋଟ ୧୯ ଶହ ୨୨ ଦୋକାନକୁ ମାସିକ ପ୍ରାୟ ୬ ଲକ୍ଷ ୫୦ ହଜାର ପେଟି ମଦର ଆବଶ୍ୟକତା ରହିଛି। କିନ୍ତୁ ଏଥିରୁ ୪ ଲକ୍ଷ ପେଟି ମଦ ନିର୍ଦ୍ଦିଷ୍ଟ ୩ଟି ବ୍ରାଣ୍ଡ୍‌ର। ଏହି ବ୍ରାଣ୍ଡ୍‌କୁ ଗ୍ରାହକ ଅଧିକ ପସନ୍ଦ କରୁଥିବାରୁ ରାଜ୍ୟର ସବୁ କାଉଣ୍ଟରରେ ମୋଟ କାରବାର ମଦର ଅଧାରୁ ଅଧିକ ସଂଖ୍ୟାରେ ବିକ୍ରି ହୋଇଥାଏ। କିନ୍ତୁ ଏବେ ଏହି ଅଧିକ ଚାହିଦା ଥିବା ମଦ ଆବଶ୍ୟକତା ଅନୁଯାୟୀ ବ୍ୟବସାୟୀଙ୍କୁ ମିଳୁନାହିଁ। ରାଜ୍ୟର ଖୋର୍ଧା, ବ୍ରହ୍ମପୁର ଗୋପାଳପୁର, ନିମାପଡା, କଟକ ଗୁରୁଡ଼ିଝାଟିଆ, ପାତ୍ରପଡ଼ା, ସମ୍ବଲପୁରରେ ଥିବା ଉକ୍ତ ବ୍ରାଣ୍ଡ୍‌ର ମଦ ଫ୍ୟାକ୍ଟ୍ରିରେ ପଡ଼ି ରହିଥିବା କୁହାଯାଉଛି। କିନ୍ତୁ ରାଜ୍ୟର ୯ଟି ମଦ ଡିପୋକୁ ଏହି ମଦ ପହଞ୍ଚିବାକୁ ହେଲେ ରାଜ୍ୟ ପାନୀୟ ନିଗମର ଅନୁମତି ଆବଶ୍ୟକତା ରହିଛି। ରାଜ୍ୟ ପାନୀୟ ନିଗମ ଗ୍ରାହକଙ୍କ ଏହି ବ୍ରାଣ୍ଡ୍‌କୁ ମଦ ଡିପୋ କିଣିବା ପାଇଁ ଆବଶ୍ୟକତା ଅନୁଯାୟୀ ଅନୁମତି ଦେଉ ନାହିଁ। ମଦ ବ୍ୟବସାୟୀମାନେ ରାଜ୍ୟ ଅବକାରୀ ବିଭାଗ ଓ ଅବକାରୀ କମିସନରଙ୍କୁ ଏଭଳି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି। ରାଜ୍ୟର ଯେଉଁ ୯ଟି ଜିଲ୍ଲାରେ ମଦ ଡିପୋ ରହିଛି ଉକ୍ତ ଜିଲ୍ଲାର ଏସପିଙ୍କ ସହିତ କମିସନର ଆଶିଷ ସିଂହ ଭିଡିଓ କନଫରେନ୍ସିଂରେ ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଡିପୋରେ ଗଚ୍ଛିତ ମଦର ସ୍ଥିତି ସଂକ୍ରାନ୍ତରେ ଅନୁଧ୍ୟାନ କରାଯାଇଛି। କିନ୍ତୁ ତୁରନ୍ତ ସ୍ଥିତିରେ ସୁଧାର ଆଣିବାକୁ ମଦ ବ୍ୟବସାୟୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe