କୋଟିଏ ୬୫ ଲକ୍ଷର ବ୍ରାଉନସୁଗାର ଜବତ, ୪ ଗିରଫ

Advertisment
ଆଜ୍‌ବେଷ୍ଟସ ଭାଙ୍ଗି ୯ଲକ୍ଷ ଲୁଟ୍‌ ମାମଲା : ୪ ଅଭିଯୁକ୍ତ ଗିରଫ, ୨.୨୪ଲକ୍ଷ ଟଙ୍କା, ବାଇକ୍‌ ଓ ମୋବାଇଲ୍‌ ଜବତ

Babylon Radio

ବାଲେଶ୍ୱର: ଆଜି ଭୋର୍‌ରେ ବାଲେଶ୍ବର ଅରଡ଼ ବଜାର-ଫୁଲାଡ଼ି ରାସ୍ତାର ପଚାଛକ ନିକଟରୁ ଏକ କାର୍‌ରେ ଯାଉଥିବା ୪ ଜଣଙ୍କୁ ସହଦେବଖୁଣ୍ଟା ଥାନା ପୁଲିସ ଧରିଥିବାବେଳେ ସେମାନଙ୍କଠାରୁ ଦେଢ଼ କେଜିରୁ ଅଧିକ ଓଜନର ବ୍ରାଉନ୍‌ସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ୬୫ ଲକ୍ଷ ଟଙ୍କାରୁ ବି ଅଧିକ ‌େହବ। ସାରା ରାଜ୍ୟରେ ଏ ପର୍ଯ୍ୟନ୍ତ ଜବତ ହୋଇଥିବା ବ୍ରାଉନସୁଗାର ମଧ୍ୟରୁ ଏହା ସବୁଠୁ ଅଧିକ ପରିମାଣର ବୋଲି ଜଣାପଡ଼ିଛି। ସହଦେବଖୁଣ୍ଟା ଥାନାରେ ଆ‌ୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ବର ଏସ୍‌ପି ବି. ଯୁଗଳକିଶୋର ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବ୍ରାଉନସୁଗାର କାରବାର ସହ ବାଲେଶ୍ବରର କିଛି ବେପାରୀଙ୍କ ଲିଙ୍କ୍‌ ଥିବା ନେଇ ସୂଚନା ମିଳିଥିଲା। ଏହି ଖବର ପାଇବା ପରେ ଏମାନଙ୍କୁ ଧରିବା ଲାଗି ଏସ୍‌ପି ବି. ଯୁଗଳକିଶୋରଙ୍କ ନିର୍ଦ୍ଦେଶରେ ଗଠିତ ଏକ ଟିମ୍‌ ବାଲେଶ୍ବର-ଫୁଲାଡ଼ି ରାସ୍ତାର ପଚାଛକ ନିକଟରେ ଜଗି ରହିଥିଲେ। ‌ପୁଲିସର ଗାଡ଼ି ଦେଖିବା ପରେ ଅପରାଧୀମାନେ ହଠାତ୍‌ ଗାଡ଼ି ବୁଲାଇବାକୁ ଚେଷ୍ଟା କରିବା ବେଳେ ସମସ୍ତଙ୍କୁ କାବୁ କରି ନିଆଯାଇଥିଲ‌ା। ସେମାନଙ୍କ ମଧ୍ୟରେ ସହଦେବଖୁଣ୍ଟା ଥାନା ଅରଡ଼ବଜାର ମସଜିଦ୍‌ ଗଳିର ଶେଖ୍‌ ରାଜୁ(୩୦), ଶେଖ୍‌ ହୁସେନ୍‌ (୨୩), ଶେଖ୍‌ ଜାମସେଦ୍‌ ଅଲ୍ଲୀ(୫୦) ଓ ଜଳେଶ୍ବର ଥାନା ଅଧୀନ ରାଜପୁରା ଅଞ୍ଚଳର ସେଖ୍‌ ମକସଦ୍‌ (୩୫) ରହିଥିଲେ। ସେମାନଙ୍କଠାରୁ ୧ କେଜି ୬୫୫ ଗ୍ରାମର ବ୍ରାଉନ୍‌ସୁଗାର ସହ ନଗଦ ୬୪ ହଜାର ଟଙ୍କା, ୫ଟି ମୋବାଇଲ୍‌ ଓ ‌ ଏକ ଆଇ-୨୦ କାର୍‌ ଜବତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe