ଟ୍ୟାଙ୍କରକୁ ଧକ୍କା ଦେଲା କାର୍‌ : ଜଣେ ମୃତ, ୪ଆହତ

Advertisment
ଟ୍ୟାଙ୍କରକୁ ଧକ୍କା ଦେଲା କାର୍‌ : ଜଣେ ମୃତ, ୪ଆହତ

ଭଣ୍ଡାରିପୋଖରୀ : ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ୫ନଂ ଜାତୀୟ ରାଜପଥର କହରାପୋଖରୀ ଶାସନ ନିକଟରେ ଗ୍ୟାସ ଟ୍ୟାଙ୍କରକୁ କାର ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ହୋଇଥିିବା ବେଳେ ୪ ଜଣ ଆହତ ହୋଇଛନ୍ତି।

ପୁରୀରୁ ବୁଲାବୁଲି ସାରି ପଶ୍ଚିମବଙ୍ଗର ହାଓ୍ଵାଡା ଜିଲ୍ଲା ମାଲିପଞ୍ଚଭର ଥାନାର ଶ୍ରୀରାମଗଞ୍ଜ ଅଞ୍ଚଳର ଗୋଟିଏ ପରିବାରର ୫ଜଣ ମାରୁତି କାର(ଡ଼ବ୍ଲ୍ୟୁବି୧୨ଡ଼ି-୧୦୦୫)ରେ ଘରକୁ ଫେରୁଥିଲେ। କହରାପୋଖରୀ ଶାସନ ନିକଟ ଜାତୀୟ ରାଜପଥରେ ପୂର୍ବରୁ ଠିଆ ହୋଇଥିବା ଗ୍ୟାସ ଟ୍ୟାଙ୍କର(ଏନଏଲ୦୧ଏଲ-୯୦୧୩)କୁୁ କାର ଧକ୍କା ଦେଇଥିଲା। କାରରେ ଥିବା ଦେବୀଦାସ ଚାଟାର୍ଜୀ(୮୦)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦେବୀଦାସଙ୍କ ପତ୍ନୀ ଲକ୍ଷ୍ମୀ ଚାଟାର୍ଜୀ(୭୦), ପୁଅ ସୌମ୍ୟ ଚାଟାର୍ଜୀ (୫୦), ବୋହୁ ମୌସୁମୀ ଚାଟାର୍ଜୀ (୪୩), ନାତି ରିଭୁ ଚାଟାର୍ଜୀ(୧୩) ଗୁରୁତର ଆହତ ହୋଇଥିଲେ।

ଖବର ପାଇ ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ରର କର୍ମଚାରୀମାନେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ଭଣ୍ଡାରିପୋଖରୀ ପୁଲିସ ଥାନାରେ ୨୨୬/୧୭ନଂରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe