୫ ବର୍ଷରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ହେବ: ମନ୍ତ୍ରୀ

ଆସନ୍ତା ୫ ବର୍ଷରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ହେବ।  ଆସନ୍ତା ୨ ବର୍ଷ ମଧ୍ୟରେ ସରକାର ୬୫ ହଜାର ପଦବୀ ପୂରଣ କରିବେ। ଖାଲି ପଡିଥିବା ମୋଟ ୩୪ ହଜାର ୬୮୬ ଖାଲି ପଦବୀକୁ ଆସନ୍ତା ଡିସେମ୍ବର ସୁଦ୍ଧା ପୂରଣ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି।

mukesh

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୫ ବର୍ଷରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ ହେବ।  ଆସନ୍ତା ୨ ବର୍ଷ ମଧ୍ୟରେ ସରକାର ୬୫ ହଜାର ପଦବୀ ପୂରଣ କରିବେ।

ଖାଲି ପଡିଥିବା ମୋଟ ୩୪ ହଜାର ୬୮୬ ଖାଲି ପଦବୀକୁ ଆସନ୍ତା ଡିସେମ୍ବର ସୁଦ୍ଧା ପୂରଣ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।

ସେହିପରି ଚଳିତମାସ ଶେଷ ସୁଦ୍ଧା ସ୍କୁଲ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ଖାଲି ପଡିଥିବା ୨୧ ହଜାର ୯୭୯ ପଦବୀ ପୂରଣ କରାଯିବ ବୋଲି ମନ୍ତ୍ରୀ  କହିଛନ୍ତି।

ଅଧିକ ପଢ଼ନ୍ତୁ:ଏଥର କିଏ ଯିବେ ରାଜ୍ୟସଭା: ମନମୋହନ ଦିଲ୍ଲୀ ଗଲେ
 
ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ଆଣିବାକୁ ନିଷ୍ପତ୍ତି ନେଉଛନ୍ତି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି 

ଅଧିକ ପଢ଼ନ୍ତୁ:୬ ମାସର ବକେୟା ଦରମା ଦାବି: ରାଜରାସ୍ତାରେ ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe