ପ୍ରକଳ୍ପ ଅନୁମୋଦନ ପାଇଁ ୧ ଲକ୍ଷ ଲାଞ୍ଚ: ବିଶ୍ରାର ପୂର୍ବତନ ବିଡିଓଙ୍କୁ ୪ବର୍ଷ ଜେଲ୍

ଏକ ଲାଞ୍ଚ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସସ୍ମିତା ପାଢ଼ୀ ବିଶ୍ରାର ପୂର୍ବତନ ବିଡିଓ ତଥା ନବରଙ୍ଗପୁରର ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ssffss

ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସସ୍ମିତା ପାଢ଼ୀ ବିଶ୍ରାର ପୂର୍ବତନ ବିଡିଓ ତଥା ନବରଙ୍ଗପୁରର ପୂର୍ବତନ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୪ ବର୍ଷ ଜେଲ୍ ଓ ୫୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଶ୍ରୀ ରାଉତ ୨୦୧୮ରେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବିଡିଓ ଥିବାବେଳେ ଜଣେ ଠିକାଦାର ପ୍ରଶାନ୍ତ କୁମାର ଜେନାଙ୍କ ଚତୁର୍ଥ ଓ ଚତୁର୍ଦ୍ଦଶ ଅର୍ଥ କମିସନ୍‌ ଅନୁଦାନରେ ୪ଟି ପ୍ରକଳ୍ପର ପ୍ରାଶାସନିକ ଅନୁମୋଦନ ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ।

ଠିକାଦାର ଶ୍ରୀ ଜେନା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଲାଞ୍ଚ ଅର୍ଥ ଗ୍ରହଣ ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ଦେବଗଡ଼ ଭିଜିଲାନ୍ସ ଡିଏସ୍‌ପି ଯୋଗେଶ ପ୍ରସାଦ ପଟେଲ ମାମଲାର ଡଦନ୍ତ କରି ଚୂଡ଼ାନ୍ତ ରିପୋର୍ଟ ଦେଇଥିଲେ। ମାମଲାକୁ ସ୍ବତନ୍ତ୍ର ଭିଜିଲାନ୍ସ ଏପିପି ଶ୍ୟାମସୁନ୍ଦର ମିଶ୍ର ପରିଚାଳନା କରିଥିଲେ। ଲାଞ୍ଚ ମାମଲାରେ ଦଣ୍ଡାଦେଶ ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଶ୍ରୀ ରାଉତ କଟକରେ ଥିବାବେଳେ ଭିଜିଲାନ୍ସ ତାଙ୍କ ବିରୋଧରେ ସରକାରୀ ଅର୍ଥ ଆତ୍ମସାତ୍‌ ମାମଲା ଓ ନବରଙ୍ଗପୁର ଉପଜିଲ୍ଲାପାଳ ଥିବାବେଳେ ୩ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଛି। ଯାହା ଏବେ ବି ଭିଜିଲାନ୍ସ କୋର୍ଟରେ ବିଚାରାଧୀନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe