ଯୁକ୍ତ୨ରେ ୧ ଲକ୍ଷ ସିଟ୍‌ ଖାଲି, ପୁଣିଥରେ ନାମଲେଖା ପ୍ରକ୍ରିୟା ଆରମ୍ଭ

୧୬ ତାରିଖ ପର୍ଯ୍ୟନ୍ତ ଆବେଦନ କରିହେବ

ଯୁକ୍ତ୩ରୁ ମୁହଁ ମୋଡ଼ୁଛନ୍ତି ପିଲା: ଖାଲିପଡ଼ିବ ୫୦ ହଜାର ସିଟ୍‌

ଭୁବନେଶ୍ୱର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ, ଧନ୍ଦାମୂଳକ ବିଭାଗରେ ଖାଲିଥିବା ୧ ଲକ୍ଷ ୨ ହଜାର ୨୩୬ ସିଟ୍‌ରେ ନାମଲେଖା ଲାଗି ଆଉ ଥରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ଆସନ୍ତା ୧୬ ତାରିଖ ରାତି ୧୧ଟା ୫୫ ପର୍ଯ୍ୟନ୍ତ ଜାରି ରହିବ। ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ୱେଟିଂ ଲିଷ୍ଟ ସମେତ ମେରିଟ୍‌ ଲିଷ୍ଟ ତଥା ମେଧା ତାଲିକା ଡିସେମ୍ବର ୧୮ ଅପରାହ୍‌ଣ ୨ଟାରେ ପ୍ରକାଶ ପାଇବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୧୯ ତାରିଖ ସକାଳ ୧୦ଟାରୁ ଅପରାହ୍‌ଣ ୪ଟା ମଧ୍ୟରେ ଅନୁଷ୍ଠିତ ହେବ। ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀଙ୍କ ନାମ ପଞ୍ଜୀକରଣ ୧୯ ତାରିଖ ଅପରାହ୍‌ଣ ୪ଟାରୁ ୨୧ ତାରିଖ ମଧ୍ୟାହ୍ନ ୧୨ଟା ମଧ୍ୟରେ ହେବ। ଯୋଗ୍ୟ ପ୍ରାର୍ଥୀଙ୍କ ନାମଲେଖା ୨୧ ତାରିଖ ଅପରାହ୍ଣ ୧ଟା ୩୦ରୁ ୨୨ ତାରିଖ ଅପରାହ୍ଣ ୨ଟା ମଧ୍ୟରେ ହେବ। ୨୨ ତାରିଖ ସନ୍ଧ୍ୟା ୬ଟାରେ ନାମଲେଖା ସମ୍ପର୍କିତ ତଥ୍ୟ ଉପଲବ୍ଧ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପର୍ଯ୍ୟାୟ ନାମଲେଖା କେବଳ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ଆବଶ୍ୟକ। ଖାଲି ସିଟ୍‌ରେ ନାମଲେଖା ବେଳେ ସଂରକ୍ଷଣ ବ୍ୟବସ୍ଥା ଉପଲବ୍ଧ ହେବ ନାହିଁ। ଅନ୍‌ଲାଇନ୍‌ ମୋଡ୍‌ରେ ସିଏଏଫ୍‌ ଫି’ ଦାଖଲ କରିହେବ। ନାମଲେଖା ସମୟରେ ସମସ୍ତ ଡକ୍ୟୁମେଣ୍ଟ ସମ୍ପୃକ୍ତ କଲେଜରେ ଯାଞ୍ଚ କରାଯିବ। ସାମ୍‌ସ ୱେବସାଇଟ୍‌ ପୋର୍ଟାଲରେ କଲେଜ ଫି’ ସମ୍ପର୍କିତ ତଥ୍ୟ ଉଲ୍ଲେଖ ହୋଇଛି। ଏହି ପର୍ଯ୍ୟାୟରେ ‘ଏରର୍‌ କରେକ୍ସନ’ ଅପସନ୍‌ ଉପଲବ୍ଧ ହେବ ନାହିଁ। ଯଦି ଫର୍ମରେ କୌଣସି ପ୍ରକାର ତ୍ରୁଟି ରହିଥିବ, ତେବେ ତାହାକୁ ବାତିଲ୍‌ କରାଯିବ। ତେଣୁ ଆବେଦନ କରିବା ସମୟରେ ଛାତ୍ରଛାତ୍ରୀ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଦୁଇଟି ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ କଳା ବିଭାଗରେ ୧୭ ହଜାର ୯୭୧ ସିଟ୍‌ ଖାଲିଥିବା ବେଳେ ବିଜ୍ଞାନରେ ୬୨ ହଜାର ୩୬୭, ବାଣିଜ୍ୟରେ ୧୫ ହଜାର ୯୧୬, ସଂସ୍କୃତରେ ୧୭୯୦, ଧନ୍ଦାମୂଳକ ବିଭାଗରେ ୪୧୯୨ ସିଟ୍‌ ଖାଲି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe