Image Courtesy of India Today
ସମ୍ବଲପୁର: ସମ୍ବଲପୁର ଟାଉନ୍ ଥାନା ଗୁଜୁରାଟି କଲୋନିର ବିଜୟଲକ୍ଷ୍ମୀ ଦାସ ସାଇବର୍ ଠକେଇର ଶିକାର ହୋଇଛନ୍ତି। ଠକ ତାଙ୍କ କ୍ରେଡିଟ୍ କାର୍ଡରୁ ଲକ୍ଷେ ଟଙ୍କା କାଟି ନେଇଥିବା ଅଭିଯୋଗ ହୋଇଛି।
ପୁଲିସ ସୂଚନା ଅନୁଯାୟୀ, କିଛି ଦିନ ତଳେ ବିଜୟଲକ୍ଷ୍ମୀ ଆକ୍ସିସ୍ ବ୍ୟାଙ୍କର କ୍ରେଡିଟ୍ କାର୍ଡ ବନ୍ଦ କରିବା ପାଇଁ ଅନୁରୋଧ ପତ୍ର ଦେଇଥିଲେ। ତାର କିଛିଦିନ ପରେ ତାଙ୍କୁ ସାଇବର୍ ଠକର କଲ୍ ଆସିଲା। ସେ ନିଜକୁ ବ୍ୟାଙ୍କ ଅଧିକାରୀ କହି କ୍ରେଡିଟ୍ କାର୍ଡ ଆକ୍ଟିଭେସନ୍ ପାଇଁ ଅନୁରୋଧ କରିଥିଲା। ତାପରେ ତାଙ୍କଠାରୁ କାର୍ଡ ନମ୍ବର ଓ ଅନ୍ୟ ତଥ୍ୟ ମାଗିଥିଲା। ପରେ ଓଟିପି ମାଗିବାରୁ ସେ ଓଟିପି ମଧ୍ୟ ଦେଇଥିଲେ। ତାପରେ ତାଙ୍କ ଆକାଉଣ୍ଟରୁ ୯୯,୫୧୯ ଟଙ୍କା କାଟିନେଇଥିଲା ସାଇବର୍ ଠକ। ବ୍ୟାଙ୍କ ପକ୍ଷରୁ କଲ୍ ଆସିବାରୁ ସେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ତାପରେ ସେ ସମ୍ବଲପୁର ଟାଉନ୍ ଥାନାରେ ମଙ୍ଗଳବାର ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us