Image Courtesy of India Today
କଣ୍ଟାମାଳ: ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି କେନ୍ଦୁମୁଣ୍ଡା ନିକଟସ୍ଥ ଜଙ୍ଗଲରୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ବୌଦ୍ଧ ଏସ୍ପି ରାଜ ପ୍ରସାଦ ଖବର ପାଇଥିଲେ। ତାଙ୍କ ନିର୍ଦ୍ଦେଶ ପରେ ଶଗଡ଼ା ଏସ୍ଆଇ ତୁଳାରାମ ମହାନନ୍ଦଙ୍କ ନେତୃତ୍ୱରେ ପୁଲିସ ଚଢ଼ଉ କରିଥିଲା।
ପୁଲିସ ସେଠାରୁ ମନମୁଣ୍ଡା ଥାନା କନାବିରା ଗାଁର ଶତ୍ରୁଘ୍ନ ମେଣ୍ଡିଲି (୪୫ବର୍ଷ) ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା। ଅନ୍ୟମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ। ସେଠାରୁ ପୁଲିସ ଏକ ବ୍ୟାଗ୍ରେ ଭର୍ତ୍ତି ହୋଇଥିବା ୧ କୁଇଣ୍ଟାଲ ୮କେଜି ୩୦୦ ଗ୍ରାମ୍ ଗଂ​ଜେଇ ଜବତ କରିଥିଲା। ଏ ନେଇ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।
Follow Us