ସପ୍ତାହେ ଯାଏଁ ବର୍ଷା, ୨୯ରେ ଲଘୁଚାପ, ୩୦ରୁ ବର୍ଷା

Advertisment

୩୦ ଓ ୩୧ ପାଇଁ ଅରେଞ୍ଜ ଆଲର୍ଟ, ପହିଲାରେ ଆଉ ଏକ ଲଘୁଚାପ

୩୦ ଓ ୩୧ ପାଇଁ ଅରେଞ୍ଜ ଆଲର୍ଟ, ପହିଲାରେ ଆଉ ଏକ ଲଘୁଚାପ

୨୫ ଯାଏ ହାଲୁକା ବର୍ଷା, ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ

Odisha Sun Times

ଭୁବନେଶ୍ବର: ଅଗଷ୍ଟ ୨୯ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ପ୍ରଭାବରେ ଆସନ୍ତା ୪ ଦିନ ଧରି ଓଡ଼ିଶାରେ ବର୍ଷା ଲାଗିରହିବ। ୨୮ ଓ ୨୯ ତାରିଖରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ୩୦ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ। କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ଓ ୩୧ ତାରିଖ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ବର୍ଷା ଓ ଜଳବନ୍ଦୀ ପରିସ୍ଥିତି ଉପରେ ଦୃଷ୍ଟି ରଖିବାକୁ କୁହାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ୨୮ ତାରିଖ ମଧ୍ୟାହ୍ନ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଭଦ୍ରକ, ଜଗତ୍‌ସିଂହପୁର ଓ ବାଲେଶ୍ବର ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୯ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସେଭଳି ବର୍ଷା ନାହିଁ। ତେବେ ଏହାପରେ ପାଗରେ ପରିବର୍ତନ ଆସିବ। ଉତ୍ତର ଓଡ଼ିଶା ସମେତ କଟକ, ନୟାଗଡ଼, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ। ୩୦ରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନ‌ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ବରଗଡ଼, ସୋନପୁର, ବୌଦ୍ଧ, ଗଞ୍ଜାମ, ପୁରୀ, ଖୋର୍ଧା, ଗଜପତି, ରାୟଗଡ଼ା ଓ ସମ୍ବଲପୁରରେ ପ୍ରବଳ ବର୍ଷା ଲାଗିରହିବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବର୍ତମାନ ରାଜ୍ୟରେ ରାଜସ୍ଥାନରୁ ଓଡ଼ିଶା ପର୍ଯ୍ୟନ୍ତ ଏକ ବିସ୍ତୃତ ଘୂର୍ଣ୍ଣିବଳୟ ରହିଛି, ମଙ୍ଗଳବାର ଏହା ମଧ୍ୟପ୍ରଦେଶ ଉପରେ ରହିଥିଲା। ଏବେ ରାଜସ୍ଥାନ ଆଡ଼କୁ ମୁହାଁଉଛି। ଏହି ଘୂର୍ଣ୍ଣିବଳୟ ୩୧ ତାରିଖ ପର୍ଯ୍ୟନ୍ତ ରହିବ। ‌ତେବେ ୨୯ ତାରିଖ ଅପରାହ୍ନରେ ଏହି ଘୂର୍ଣ୍ଣିବଳୟର ପୂର୍ବ ଭାଗରେ ଏକ ଦୁର୍ବଳ ଲଘୁଚାପ ସୃଷ୍ଟି ହେବ। ଫଳରେ ୩୦ ଓ ୩୧ ତାରିଖରେ ବର୍ଷା ହେବ। ୨୮ ଓ ୨୯ ତାରିଖରେ ବିଶେଷ ବର୍ଷା ନାହିଁ। କେତେକ ସ୍ଥାନରେ ସ୍ବଳ୍ପ ବର୍ଷା ହେବାକୁ ଥିବା ବେଳେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ। ତେବେ ପାଗ ମୁଖ୍ୟତଃ ମେଘୁଆ ରହିବ। ୩୦ ତାରିଖରେ ଅନେକ ସ୍ଥାନରେ ସ୍ବଳ୍ପ ବର୍ଷା ଓ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ୩୧ରେ ବର୍ଷାର ପ୍ରକୋପ ବଢ଼ିବ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେପ୍ଟେମ୍ବର ୧ରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଫଳରେ ୨ରୁ ୪ ତାରିଖ ଯାଏ ଓଡ଼ିଶାରେ ବର୍ଷା ହେବ। ବାଲୁଗାଁଠାରୁ ଭବାନୀପାଟଣା ପର୍ଯ୍ୟନ୍ତ ସଂଲଗ୍ନ ସରଳରେଖାର ଦକ୍ଷିଣରେ ଥିବା ଅଞ୍ଚଳ ଯଥା ଅବିଭକ୍ତ ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ। କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ମୋଟାମୋଟି ଭାବେ ରାଜ୍ୟରେ ଉପକୂଳରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହେବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ବର୍ଷା କମ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe