ନକଲି ସୁନା ବନ୍ଧକ ଦେଇ ବ୍ୟାଙ୍କରୁ ୧୦ ଲକ୍ଷ ୬୯ ହଜାର ଟଙ୍କା ଠକେଇ

Advertisment
ନକଲି ସୁନା ବନ୍ଧକ ଦେଇ ବ୍ୟାଙ୍କରୁ ୧୦ ଲକ୍ଷ ୬୯ ହଜାର ଟଙ୍କା ଠକେଇ

Pawn Pro

ସୋନପୁର: ନକଲି ସୁନା ବନ୍ଧକ ଦେଇ ସୋନପୁରସ୍ଥିତ ବ୍ୟାଙ୍କ ଅଫ ବରୋଦା ଶାଖାରୁ ୧୦ ଲକ୍ଷ ୬୯ ହଜାର ଟଙ୍କା ଠକେଇ ହୋଇଥିବା ସମ୍ପର୍କରେ ସୋମବାର ଶାଖା ପରିଚାଳକ ସୋନପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବରଗଡ଼ ଜିଲ୍ଲା ରୁଷୁଡ଼ା ଗ୍ରାମର ହରିଚରଣ ପୋଢ଼ ବ୍ୟାଙ୍କ୍‌ର ସୁନାରି ଜୟନାରାୟଣ ମହାରଣାଙ୍କ ସହଯୋଗରେ ଏହି ଠକେଇ କରିଥିବା ଅଭିଯୋଗ ହୋଇଛି।

ହରିଚରଣ ୧୦.୬.୨୦୧୯ରୁ ୨୦.୫.୨୦୨୧ ମଧ୍ୟରେ ବ୍ୟାଙ୍କ୍‌ରେ ସୁନା ବନ୍ଧକ ଦେଇ ମୋଟ ୧୬ ଥର ଟଙ୍କା ନେଇଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ସୁନା ବନ୍ଧକ ଅଡିଟ କରିବା ସମୟରେ ଜଣେ ଅନ୍ୟ ସୁନାରିଙ୍କୁ ଡାକି ସୁନା ପରଖିବା ପରେ ଘଟଣା ସାମ୍‌ନାକୁ ଆସିଛି। ଦୁଇ ଦୁଇ ଜଣ ଶାଖା ପରିଚାଳକ ହରିଚରଣଙ୍କଠାରୁ ସୁନା ବନ୍ଧକ ରଖି ଟଙ୍କା ଦେଇଥିବା ଜଣାପଡିଛି। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ହରିଚରଣ ଏବଂ ଜୟନରାରାୟଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ନିରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଜଣେ ବାହାର ଜିଲ୍ଲାରୁ ଆସି ନକଲି ସୁନା ଦେଇ ଲକ୍ଷାଧିଙ୍କ ଟଙ୍କା ଠକି ନେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe