ଦୋକାନ କର୍ମଚାରୀଙ୍କୁ ଆକ୍ରମଣ ଘଟଣା : ୧୦ ଅଭିଯୁକ୍ତଙ୍କୁ ୩ ବର୍ଷ ଦଣ୍ଡାଦେଶ

Advertisment
ଜବତ ଗାଡ଼ିକୁ ଥାନାରୁ ବାହାର କରିବା ଉଦ୍ୟମ : ଅଦାଲତଙ୍କ ନକଲି ଆଦେଶ ତିଆରି କରି ଜେଲ୍ ଗଲେ ଓକିଲ

banglanews24.com

କେନ୍ଦୁଝର : କେନ୍ଦୁଝର ସହରର ଡେଲି ମାର୍କେଟରେ ଥିବା ମୁକ୍ତାର ଅହମ୍ମଦଙ୍କ ବାସନ ଦୋକାନରେ ୨୦୦୭ ମସିହା ଜୁଲାଇ ୧୯ ତାରିଖରେ କିଛି ଅସାମାଜିକ ବ୍ୟକ୍ତି ପଶି ଖଣ୍ଡା, ଭୁଜାଲିରେ ଦୋକାନ କର୍ମଚାରୀ ନିରୁ ଜେନାଙ୍କୁ ଆକ୍ରମଣ କରି ଚାନ୍ଦା ମାଗିଥିଲେ। ଏନେଇ ମୁକ୍ତାର ଅହମ୍ମଦଙ୍କ ଭାଇ ଗୁଲାମ ସରବରାଇନ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ୧୦ଜଣଙ୍କୁ ଗିରଫ କରିଥିଲା। ମାମଲାର ବିଚାର କରି ଆଜି ସ୍ପେଶାଲ ଜଜ୍‌ ବେଣୁଧର ପାତ୍ର ଅଭିଯୁକ୍ତମାନଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ରାଜୁ ସୋନକର, ଏସାନ ଖାନ୍‌, ତେହେସାନ ଖାନ୍‌, ବାବୁ ଖାନ୍‌, ଯୋଗେନ୍ଦ୍ର ଦାସ, ଟଙ୍କଧର ମହାନ୍ତ, ସତ୍ୟ ନାଥ, କାଣ୍ଡି, ଅଫତାଭ ଆଲାମ ଏବଂ ସନ୍ତୋଷ ମଲ୍ଲିକ। ସମସ୍ତଙ୍କ ଘର କେନ୍ଦୁଝର ସହରସ୍ଥିତ ମାଗୁରଗାଡ଼ିଆ ଓ ବୁଲାଦ୍ବାର ସାହିରେ ବୋଲି ଜଣାପଡ଼ିଛି। ଦଣ୍ଡାଦେଶ ପରେ ସେମାନଙ୍କୁ ଜାମିନ‌ ମିଳିଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ରାଜ‌କିଶୋର ଭୂୟାଁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe