ଆରଗଡା ସଂରକ୍ଷିତ ଜଙ୍ଗଲରୁ ୧୦ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ

Advertisment
ଆରଗଡା ସଂରକ୍ଷିତ ଜଙ୍ଗଲରୁ ୧୦ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ

ହରଭଙ୍ଗା: ବୌଦ୍ଧ, କଣ୍ଟାମାଳ, ପୁରୁଣାକଟକ ଥାନା ପରେ ହରଭଙ୍ଗା ଥାନା ଅଞ୍ଚଳରେ ଶୁକ୍ରବାର ହରଭଙ୍ଗା ପୁଲିସ ଚଢ଼ଉ କରି ବ୍ୟାପକ ପରିମାଣର ଗଞେଇ ଚାଷ ନଷ୍ଟ କରିଛି। ଆଜି ହରଭଙ୍ଗା ପୁଲିସ ଆରଗଡ଼ା ସଂରକ୍ଷିତ ଜଙ୍ଗଲରେ ଚଢଉ କରି ୧୦ ଏକର ଜମିରେ ଲାଗିଥିବା ୧୫ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରିଥିବା ଜଣାପଡ଼ିଛି।

ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ଆଜିର ଏହି ଚଢ଼ଉରେ ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ, ଏଏସ୍‌ଆଇ ଲକ୍ଷ୍ମଣ ମଲ୍ଲିକ ଏବଂ ଏପିଆର ପୁଲିସ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe