ଅପରେସନ ହ୍ବାଇଟ୍‌ ସ୍ପାଇଡ଼ର: ୧୦ ବ୍ୟବସାୟୀ ଅଟକ

Advertisment
ନିର୍ବାଚନ ବିଜୟ ଉତ୍ସବରେ କଟକଣା ଲାଗୁ: ବିନା ଅନୁମତିରେ ପାଳନ କରିପାରିବେନି ଉତ୍ସବ 

ଭୁବନେଶ୍ବର: ଅପରେସନ ହ୍ବାଇଟ୍‌ ସ୍ପାଇଡ଼ର ବଳରେ ଗତକାଲି ରାତିରେ ୧୦ ଜଣ ବ୍ୟବସାୟୀଙ୍କୁ ଅଟକ ରଖାଯାଇଛି। ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି। ବେଆଇନ ଧନ୍ଦାରେ ନିୟୋଜିତ ଏହି ଅଭିଯୁକ୍ତମାନେ ବଡ଼ ବ୍ୟବସାୟୀଙ୍କ ଠୁ ଆଣିକି ଛୋଟ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି। ସେମାନଙ୍କ ଟାର୍ଗେଟରେ ବସ୍ତି ଗୁଡିକ ରହିଛି। ପୁଲିସ ସେମାନଙ୍କୁ ସ୍କାନରରେ ରଖିଛି । ଖୁବଶୀଘ୍ର ବଡ଼ ବ୍ୟବସାୟୀ ମଧ୍ୟ ପୁଲିସ ଜାଲରେ ପଡିବେ । ସେମାନଙ୍କ ଠାରୁ ବ୍ରାଉନସୁଗର ଜବତ ହୋଇନାହିଁ । ସୂଚନାଯୋଗ୍ୟ,  ଗତ ଅଗଷ୍ଟ ୧୫ ତାରିଖରେ ଅପରେସନ ହ୍ବାଇଟ୍‌ ସ୍ପାଇଡର ଆରମ୍ଭ ହୋଇଥିଲା । ପାଉଡର ବ୍ୟବସାୟୀଙ୍କୁ ଟୁଇନ ସିଟିରୁ ହଟାଇବା ଏହାର ମୂଳ ଲକ୍ଷ ଥିଲା ।

ଡିସିପି ଶ୍ରୀ ଦାସ କହିଛନ୍ତି ଯେ, ଭିଡିଓ ଭାଇରାଲରେ ଦୁଇଟି ଘଟଣା ନଜରକୁ ଆସିଛି । ପ୍ରଥମ ଘଟଣାରେ ଗୋଟିଏ ବନ୍ଧୁକ ଜବତ ହୋଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଗୋଟିଏ ଘଟଣାରେ ୪ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ନାଁ ରେ ଏକାଧିକ ମାମଲା ରହିଛି । ଖୁବଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ। ଭାଇଗିରି ପାଇଁ ଏଭଳି ଭିଡିଓ ହେଉଥିବା ଯେଉଁ ଅଭିଯୋଗ ଆସିଛି, ତାହାର ତଦନ୍ତ ଚାଲିଛି । ଯଦି ଏହି ଯୁବକ ମାନଙ୍କ ଦ୍ୱାରା କେହି ଅପରାଧର ଶିକାର ହୋଇଛନ୍ତି, ତେବେ ତୁରନ୍ତ ଥାନା କିମ୍ବା ସିଧାସଳଖ ଡିସିପିଙ୍କୁ ଯୋଗାଯୋଗ କରନ୍ତୁ ବୋଲି ସେ ଅପିଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe