ବୁଷ୍ଟର ଡୋଜ୍ ପାଇଁ ସମ୍ବଲପୁର ମହାନଗରରେ ୧୦ ଟିକାକେନ୍ଦ୍ର        

ବୁଷ୍ଟର ଡୋଜ୍ ପାଇଁ ସମ୍ବଲପୁର ମହାନଗରରେ ୧୦ ଟିକାକେନ୍ଦ୍ର        

News-Medical.net

ସମ୍ବଲପୁର: ଶୁକ୍ରବାର ଠାରୁ ସାରା ଦେଶରେ ୧୮ରୁ ୫୯ ବର୍ଷ ବୟସ୍କ ପାଇଁ ମାଗଣା କୋଭିଡ୍‌ ବୁଷ୍ଟର୍‌ ଡୋଜ୍‌ ଆରମ୍ଭ କରାଯାଇଛି। ଶନିବାର ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଧୀନ ୧୦ଟି ସ୍ଥାନରେ ଏହି ବୁଷ୍ଟର୍‌ ଡୋଜ୍‌ ଟିକାକରଣ କରାଯିବ ବୋଲି ଏସ୍‌ଏମ୍‌ସି ପକ୍ଷରୁ କହାଯାଇଛି।

ଶନିବାର ୧୦ଟି କେନ୍ଦ୍ରରେ ମୋଟ ୧୧୦୦ ବୁଷ୍ଟର୍‌ ଡୋଜ୍‌ ଅଫ୍‌ଲାଇନ୍‌ ମାଧ୍ୟମରେ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ବୁର୍ଲା ଭିମ୍‌ସାର୍‌ ଓ ଅଇଁଠାପାଲି ୟୁପୁଏଚ୍‌ସିରେ ୧୫୦ଟି ଲେଖାଏଁ ବୁଷ୍ଟର୍‌ ଡୋଜ୍‌ ଦିଆଯିବାକୁ ଥିବା ବେଳେ ଡିଏଚ୍‌ଏଚ୍‌ କେବିନ୍‌-୧, ଡିଏଚ୍‌ଏଚ୍‌ କେବିନ୍‌-୨, ଜେପି ମାଟର୍ନିଟି, କ୍ଷେତରାଜପୁର, ମାନେଶ୍ବର, ଧନୁପାଲି, ଚାଉଁରପୁର ଓ ଧନକଉଡ଼ା  ୟୁପିଏଚ୍‌ସିରେ ୧୦୦ଟି ଲେଖାଏଁ ବୁଷ୍ଟର୍‌ ଡୋଜ୍‌ ଦିଆଯିବା ବ୍ୟବସ୍ଥା କରାଯାଇଛି। ସମସ୍ତ ଟିକାକରଣ କେନ୍ଦ୍ରରେ ସକାଳ ୯ଟାରୁ ଦିନ ୧ଟା ୩୦ ଯାଏ ଟିକାକରଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe