ଅଶ୍ବିନୀରୁ ସୁସ୍ଥ ହୋଇ ଫେରିଲେ ୧୦ ଆକ୍ରାନ୍ତ

Advertisment

ହସ୍ପିଟାଲ ଆଇସୋଲେସନ୍‌ରେ ରହି‌ବେ ୭ ଦିନ, ହୋମ୍‌ କ୍ବାରାଣ୍ଟିନ୍‌ରେ ୧୪ ଦିନ

ହସ୍ପିଟାଲ ଆଇସୋଲେସନ୍‌ରେ ରହି‌ବେ ୭ ଦିନ, ହୋମ୍‌ କ୍ବାରାଣ୍ଟିନ୍‌ରେ ୧୪ ଦିନ

କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଜଣେ ଗୁରୁତର କରୋନା ରୋଗୀଙ୍କୁ ଦିଆଗଲା ପ୍ଲାଜମା ଥେରାପି

aswini

କଟକ : କରୋନା ଆକ୍ରାନ୍ତ ହୋଇଥିବା ୧୦ ଜଣଙ୍କ ରିପୋର୍ଟ ଗତକାଲି ନେଗେଟିଭ୍‌ ଆସିବା ପରେ କଟକସ୍ଥିତ ଅଶ୍ୱିନୀ କୋଭିଡ୍ -୧୯ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି।

ଭଦ୍ରକର ୨ଜଣ, କଟକ ଓ ପୁରୀର ୨ଜଣ, ଭୁବନେଶ୍ବରର ୪ ଜଣ ଏବଂ ଯାଜପୁରର ଜଣେ କରୋନା ଆକ୍ରାନ୍ତଙ୍କୁ ଡିସ୍‌ଚାର୍ଜ କରାଯାଇଛି। ସେମାନଙ୍କ ରିପୋର୍ଟ ଗତକାଲି ନେଗେଟିଭ୍‌ ଆସିଥିଲା। ହେଲେ, ଅଶ୍ବିନୀରୁ ଡିସଚାର୍ଜ ପରେ ସମସ୍ତଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି। ସେଠାରେ ସେମାନଙ୍କୁ ୭ଦିନ ହସ୍ପିଟାଲରେ ଆଇସୋଲେସନ୍‌ରେ ରଖାଯିବ। ତାପରେ ୧୪ଦିନ ହୋମ କ୍ବାରାଣ୍ଟିନ୍‌ରେ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କଟକର ଆକ୍ରାନ୍ତ ଯୁବକଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ଓ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ହେବାପରେ ତାଙ୍କୁ ସିଏମ୍‌ସି ଅଧୀନରେ ଥିବା ବିଦ୍ୟାଧରପୁର ଆଇସୋଲେସନ୍‌ କେନ୍ଦ୍ରକୁ ପଠାଇ ଦିଆଯାଇଛି। ଅନ୍ୟପଟେ, ନେଗେଟିଭ୍‌ ଆସିଥିବା ଅନ୍ୟ ୬ଜଣଙ୍କୁ ମଧ୍ୟ ଖୁବ୍‌ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି।

ଅଶ୍ୱିନୀ କୋଭିଡ୍ -୧୯ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କଟକ, ପୁରୀ, ଯାଜପୁରର ଜଣେ ଲେଖାଏ ଓ ଭୁବନେଶ୍ବରର ୫ ଜଣ ଆକ୍ରାନ୍ତ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଯାହାକି ସାରା ରାଜ୍ୟ ପାଇଁ ଏକ ଖୁସି ଖବର ଓ ଚିକିତ୍ସା ବିଜ୍ଞାନ ପାଇଁ ଏକ ବଡ ‌ଉପଲବ୍ଧି। ମୁଖ୍ୟମନ୍ତ୍ରୀ ଗତକାଲି ୧୦ କରୋନା ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଡାକ୍ତରୀ ଟିମ୍‌ଙ୍କୁ ମଧ୍ୟ କୃତଜ୍ଞତା ଜ୍ଞା‌ପନ କରିଛନ୍ତି।

୨ ବରିଷ୍ଠ ଡାକ୍ତରଙ୍କୁ ଅତିରିକ୍ତ ଡିଏମ୍‌ଇଟି ଦାୟିତ୍ବ
ଭୁବନେଶ୍ବ : ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ୨ଜଣ ବରିଷ୍ଠ ଡାକ୍ତରଙ୍କୁ ଅତିରିକ୍ତ ଡିଏମ୍‌ଇଟି ଦାୟିତ୍ବ ପ୍ରଦାନ କରାଯାଇଛି। ବାଲେଶ୍ବରସ୍ଥିତ ଫକୀର ମୋହନ ମେଡିକାଲ କଲେଜର ପ୍ରଫେସର ଡା. ବ୍ରଜକିଶୋର ଦାସ ଓ ପୂର୍ବରୁ ଯୁଗ୍ମ ଡିଏମ୍‌ଇଟି ଥିବା ଡା. ଉମାକାନ୍ତ ଶତପଥୀଙ୍କୁ ନୂତନ ଭାବେ ସୃଷ୍ଟି ହୋଇଥିବା ଅତିରିକ୍ତ ଡିଏମ୍‌ଇଟି ପଦବିରେ ନିଯୁକ୍ତ କରାଯାଇଛି। ସେହିପରି ବ୍ରହ୍ମପୁରସ୍ଥିତ ‌ଏମ୍‌କେସିଜି ମେଡିକାଲ କଲେଜରେ ଆସୋସିଏଟ୍‌ ପ୍ରଫେସର୍‌ ଥିବା ଡା. ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ଯୁଗ୍ମ ଡିଏମ୍‌ଇଟି ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ବିଧିବିଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe