କୋଭିଡ୍ ହସ୍ପିଟାଲ୍‌ରେ ଆଉ ୧୦ ମୃତ

ବୁର୍ଲା ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ ସ୍ଥିତି ଅସହ୍ୟ, ଗୋଟିଏ ଦିନରେ ୨୬ ମୃତ୍ୟୁ

ବୁର୍ଲା : ଭିମ୍‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନି। ଗୁରୁବାର କୋଭିଡ୍‌ ହସ୍ପିଟାଲରେ ଆଉ ୧୦ ଜଣ କରୋନା ସଂକ୍ରମିତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗୁରୁବାର ବରଗଡ଼ ଜିଲ୍ଲାରୁ ସର୍ବାଧିକ ୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁରର ୩ ଜଣ ଏବଂ ଝାରସୁଗୁଡ଼ା, ଦେବଗଡ଼ ଓ ବୌଦ୍ଧରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।

ମୃତକଙ୍କ ମଧ୍ୟରେ ବରଗଡ଼ର ଜଣେ ୬୦ ବର୍ଷୀୟ, ଜଣେ ୫୫ ବର୍ଷୀୟ, ଜଣେ ୭୫ ବର୍ଷୀୟା ଓ ଜଣେ ୬୦ ବର୍ଷୀୟା ରହିଥିବା ବେଳେ ସମ୍ବଲପୁରର ଜଣେ ୬୫ ବର୍ଷୀୟା, ଜଣେ ୭୨ ବର୍ଷୀୟ ଓ ଜଣେ ୫୦ ବର୍ଷୀୟ, ଝାରସୁଗୁଡ଼ାର ଜଣେ ୭୦ ବର୍ଷୀୟ, ଦେବଗଡ଼ର ଜଣେ ୭୦ ବର୍ଷୀୟ ଏବଂ ବୌଦ୍ଧର ଜଣେ ୫୫ ବର୍ଷୀୟ ରହିଛନ୍ତି। ଏହି ୧୦ ଜଣ ମୃତକଙ୍କୁ ମିଶାଇ ବୁର୍ଲା କୋଭିଡ୍‌ ହସ୍ପିଟାଲ୍‌ରେ ମୋଟ ମୃତ୍ୟୁ ସଂଖ୍ୟା ୪୮୯କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଭିମ୍‌‌ସାର୍‌ କୋଭିଡ୍ ହସ୍ପିଟାଲ୍‌ରେ ୨୩୫ରୁ ଅଧିକ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe