ଉକୁଚାବେଡ଼ାରେ ୧୦ ହାତୀଙ୍କ ଉତ୍ପାତ

Advertisment
ଉକୁଚାବେଡ଼ାରେ ୧୦ ହାତୀଙ୍କ ଉତ୍ପାତ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ଉକୁଚାବେଡ଼ା କାନଝାରୀ ନଦୀ କୂଳରେ ୧୧ ହାତୀଥିବା ଏକ ଦଳ ଉତ୍ପାତ କରୁଛନ୍ତି। ନରଣପୁର-ଡୁବୁରି ମୁଖ୍ୟରାସ୍ତାର ଉକୁଚାବେଡ଼ା ନିକଟରେ ଥିବା ଏକ କ୍ରସର ନିକଟରୁ ହାତୀପଲ ସ୍ପଷ୍ଟ ଦେଖାଯାଉଛନ୍ତି। ହାତୀଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଛି।

ବନ ବିଭାଗ ପକ୍ଷରୁ ପ୍ରାୟ ୫୦ କର୍ମଚାରୀ ହାତୀପଲଙ୍କ ଉପରେ ନଜର ରଖିବା ସହ ହାତୀ ପାଖକୁ ଯିବାକୁ ଲୋକଙ୍କୁ ବାରଣ କରୁଥିଲେ। ହାତୀଙ୍କୁ ପଥର ନ ଫୋପାଡ଼ିବାକୁ ଲୋକଙ୍କୁ ବୁଝାଇଥିଲେ। ରାତି ହେଲେ ହାତୀପଲ ପୁଣି ଜଙ୍ଗଲକୁ ଚାଲିଯିବେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ତିନିଦିନ ହେଲା ହାତୀମାନେ ଏହି ଅଞ୍ଚଳରେ ବୁଲୁଛନ୍ତି। ଲୋକଙ୍କ ଧାନ ଫସଲ ନଷ୍ଟ କରୁଛନ୍ତି। କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe