ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ; ପୋଲ ଉପରେ ୧୦ ଫୁଟ ପାଣି, ୩ ଜିଲ୍ଲାର ସୀମାନ୍ତ ଗାଁ ବାହ୍ୟ ଜଗତରୁ ବିଛିନ୍ନ

Advertisment
ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ; ପୋଲ ଉପରେ ୧୦ ଫୁଟ ପାଣି, ୩ ଜିଲ୍ଲାର ସୀମାନ୍ତ ଗାଁ ବାହ୍ୟ ଜଗତରୁ ବିଛିନ୍ନ

ଦେଓଗାଁ/ଗୁଡଭେଲା: ଦୀର୍ଘ ୭ ଦିନ ଧରି ଲଘୁଚାପ ଓ ଲାଗାଣ ବର୍ଷ ଯୋଗୁ ଗୁଡଭେଲା ବ୍ଳକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଜାମୁଟ ଧନପୁର ରାସ୍ତାରେ ଥିବା କୋତକୋ ମୁହାଣ ପୋଲରେ ୧୦ ଫୁଟ ପାଣି ପ୍ରବାହିତ ହୋଇଥିବାରୁ ୩ଟି ଜିଲ୍ଲାର ଲୋକ ଯିବା ଆସିବା ବନ୍ଦ ହେବା ସହ ୧୦ ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି।

ରବିବାର ରାତିରୁ ଟୁପୁରୁ ଟାପୁରୁ ବର୍ଷା ହେବା ସହ ଦିନ ୧ଟା ରୁ ତୁହାକୁତୁହା ବର୍ଷା ଲାଗି ରହିବା ଦ୍ବାରା ବ୍ଳକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜାମୁଟ-ଧନପୁର ରାସ୍ତାରେ ଥିବା କୋତକୋମୁହାଣ ମୁହାଣରେ ପୋଲରେ ପୁଣି ୧୦ ଫୁଟ ପାଣି ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଛି । ପୋଲର ଆର ପାରିରେ ଥିବା ଗମ୍ଭାରିଗୁଡା ପଞ୍ଚାୟତର ୯ଟି ଗାଁ ସହ ଜାମୁଟ ପଞ୍ଚାୟତର ଗୋଟେ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି । ଏହି ରାସ୍ତା ଦେଇ କଳାହାଣ୍ଡି, ବୌଦ୍ଧ, କନ୍ଧମାଳକୁ ସଂଯୋଗ କରୁଥିବାରୁ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି । ହେଲେ ରବିବାର ଦିନ ପ୍ରାୟ ୨ଟାରୁ ପୋଲ ଲଙ୍ଘିଯିବା ଯିବା ସହ ତୁହାକୁତୁହା ବର୍ଷା ହେବା ଦ୍ବାରା ସନ୍ଧ୍ୟା ୬.୩୦ଟା ସୁଦ୍ଧା ପ୍ରାୟ ୧୦ରୁ ଊର୍ଦ୍ଧ୍ବ ପାଣି ପ୍ରବାହିତ ହୋଇଥିବା ସହ ସ୍ଥାନଟି ବିପଦପୂର୍ଣ୍ଣ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।

ଗୁଡଭେଲା ବ୍ଳକକୁ ଦେଇ ରାହୁଳ, ଖଡଙ୍ଗ, ସୋନଗଡ ସହ ତେଳ ନଦୀ ଯାଇଛି । ସମସ୍ତ ନଦୀ ବିରାମୁଣ୍ଡା ନିକଟରେ ତେଳ ନଦୀ ସଂଯୋଗ ହୋଇଛି । ତେଳନଦୀରେ ପାଣି ଅଧିକ ପ୍ରବାହିତ ହେବା ଦ୍ବାରା ଶାଖା ନଦୀକୁ ଗୁଡିକରେ ପ୍ରଭାବ ପଡିଛି। କାରଣ ଏହି ସମୟରେ ଶାଖା ନଦୀରେ ପାଣି ଗତି କମି ଯାଇ ଥାଏ, ଯାହା ଦ୍ୱାରା ଗୁଡଭେଲା ବ୍ଳକର ମୁଖ୍ୟତଃ ବିରାମୁଣ୍ଡା ପଞ୍ଚାୟତର ମହାଜେନପଡା, ଘୁନା ପଞ୍ଚାୟତର ଟିର୍ଚାବାହାଳ ଓ ରାଜେକେଳ ପୁରୁଣା ବସ୍ତି ଓ ଜାମୁଟ ପଞ୍ଚାୟତର ତିଲିକାମାଳ ଗାଁକୁ ପ୍ରାୟତଃ ବନ୍ୟାରେ ପ୍ରଭାବିତ ହୋଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe