୨୦୩୦ ସୁଦ୍ଧା ରାଜ୍ୟରେ ୧୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ

ଗ୍ରାମାଞ୍ଚଳରେ ଦୈନିକ ହାରାହାରି ବିଦ୍ୟୁତ ଯୋଗାଣ ଅବଧି ୨୩ଘଣ୍ଟାକୁ ବୃଦ୍ଧି

ଇରେଡା ଆଇପିଓକୁ କ୍ୟାବିନେଟ୍ ଅନୁମୋଦନ

Limitless Energy

ଭୁବନେଶ୍ବର : ୨୦୧୯ ମସିହାରେ ଓପିଜିସିର ପୂର୍ବ ଉତ୍ପାଦନ କ୍ଷମତା ୪୨୦ମେଗାୱାଟ୍‌ ସହ ଅତିରିକ୍ତ ୧୩୨୦ ମେଗାୱାଟ୍ କ୍ଷମତା ଯୋଗ କରାଯାଇ ରାଜ୍ୟରେ ଶକ୍ତି ନିରାପତ୍ତା ସୁନିଶ୍ଚିତ କରାଯାଇଛି। ଏହି ଅବଧି ମଧ୍ୟରେ ଗ୍ରିଡ୍‌କୋ ଦ୍ବାରା ୨୨୦୦ ମେଗାୱାଟ୍‌ରୁ ଅଧିକ ଅକ୍ଷୟ ଶକ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏଥିରେ ୧୧୫୮ ମେଗାୱାଟ୍ ସୌର ଶକ୍ତି ଏବଂ ୧୦୫୦ ମେଗାୱାଟ୍ ପବନ ଶକ୍ତି। ଏହାଦ୍ବାରା ରାଜ୍ୟରେ ଅକ୍ଷୟ ଶକ୍ତିର ଅଂଶ ୨୦୧୮-୧୯ରେ ୨.୭୪%ରୁ ବୃଦ୍ଧି ପାଇ ୨୦୨୨-୨୩ରେ ପ୍ରାୟ ୧୦.୭% ହୋଇଛି। ହେଲେ ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଅକ୍ଷୟ ଶକ୍ତି ନୀତି, ୨୦୨୨ ଅଣାଯାଇଛି ବୋଲି ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି।

ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ ଏବେ ପ୍ରାୟ ୮୦୬୫ ମେଗାୱାଟ୍ ଚୁକ୍ତିଭିତ୍ତିକ ଉତ୍ପାଦନ କ୍ଷମତା ସହ ବର୍ତ୍ତମାନ ରାଜ୍ୟ ନିଜର ସର୍ବୋଚ୍ଚ ହାରାହାରି ବିଦ୍ୟୁତ ଚାହିଦା ୫୪୦୦ ମେଗାୱାଟ୍‌କୁ ସୂଚାରୁ ରୂପେ ପୂରଣ କରିପାରୁଛି।

ସେହିପରି ଗ୍ରାମାଞ୍ଚଳରେ ଦୈନିକ ହାରାହାରି ବିଦ୍ୟୁତ ଯୋଗାଣ ଅବଧି ୨୦୧୮-୧୯ରେ ୨୦.୧୩ ଘଣ୍ଟାରୁ ୨୦୨୧-୨୨ରେ ୨୩.୨୨ ଘଣ୍ଟାକୁ ବୃଦ୍ଧି ପାଇଛି। ଯାହାକି ଜାତୀୟ ସ୍ତରରେ ଦୈନିକ ହାରାହାରି ୨୦.୫୩ଘଣ୍ଟାରୁ ଅଧିକ। ସେହିପରି ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି ୨୦୧୮-୧୯ରେ ୩୦.୫୭%ରୁ ୨୦୨୨-୨୩ରେ ୧୮.୧୨%କୁ ହ୍ରାସ ପାଇଛି। ଏହି ଅବସରରେ ମନ୍ତ୍ରୀ ବିଭାଗର ସଫଳତା ବିଷୟରେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe