ଦୀପାବଳି ପାଇଁ ବ୍ୟସ୍ତ ଥିଲେ ଲେକେ, ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା

Advertisment
ଦୀପାବଳି ପାଇଁ ବ୍ୟସ୍ତ ଥିଲେ ଲେକେ, ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା

କେନ୍ଦ୍ରାପଡା: ଦୀପାବଳି ପାଇଁ ରାଜ୍ୟବାସୀଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଲୋକେ ବ୍ୟସ୍ତ ଥିବା ବେଳେ ମହାକାଳପଡା ବ୍ଲକ ବଡିହି ପଂଚାୟତର ଛତର ଗ୍ରାମରେ ଆଜି ରାତିରେ ଭୟାବହ ଅଗ୍ନିକାଣ୍ଡ ଦେଖାଯାଇଛି। ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ଜଳି ଯାଇଛି। ଫଳରେ ଲୋକଙ୍କର ବହୁ ମୂଲ୍ୟବାନ ଜିନିଷ ସହିତ ଅନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ କୌଣସି କାରଣରୁ ଛତର ଗାଁର ରବି ଜେନା, ସଞ୍ଜୟ ଜେନା, ପବିତ୍ର ଜେନା, ସୁଶାନ୍ତ ଜେନା, ସନ୍ତୋଷ ଜେନା, ଦିଲ୍ଲୀପ ଜେନା ଓ ଲକ୍ଷ୍ମଣ ଜେନାଙ୍କ ଘରେ ନିଆଁ ଲାଗିଥିଲା। ଅଳ୍ପ ସମୟ ମଧ୍ୟରେ ଏହି ନିଆଁ ଚାରିଆଡ଼େ ବ୍ୟାପିଥିଲା। ଦେଖୁ ଦେଖୁ ଗୋଟିଏ ପରେ ଗୋଟିଏ ଘରକୁ ନିଆଁ ମାଡ଼ି ଚାଲିଥିଲା। ଗାଁ ଲୋକଙ୍କର ଠାରୁ  ସୂଚନା ପାଇ ଦମକଳ ବାହିନୀର ଗାଡି ପହଂଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛନ୍ତି। ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ସହିତ ଧାନ-ଚାଉଳ ସବୁ ପୋଡି ପାଉଁଶ ହୋଇଯାଇଛି। ସେହିଭଳି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe