୧୦ ବେଆଇନ ପାଣି କାରଖାନା ସିଲ୍‌, ୫୨ ହଜାର ଟଙ୍କା ଜରିମାନା

Advertisment
୧୦ ବେଆଇନ ପାଣି କାରଖାନା ସିଲ୍‌, ୫୨ ହଜାର ଟଙ୍କା ଜରିମାନା

Odisha Bytes

ରାଉରକେଲା: ସହର ଓ ଏହାର ଆଖପାଖରେ ବେଆଇନ ଭାବେ ଚାଲିଛି ମାଳ ମାଳ ପାଣି ପ୍ରସ୍ତୁତି କାରଖାନା। ଶୁଦ୍ଧ ପାନୀୟ ଜଳ ନାଁରେ ବିକ୍ରି କରୁଛନ୍ତି ବିଶୁଦ୍ଧ ଜଳ। ସହରର ବାସନ୍ତୀ କଲୋନି, ଛେଣ୍ଡ, ଶିଳ୍ପାଞ୍ଚଳ, ବନ୍ଧମୁଣ୍ଡା ଆଦି ଅଞ୍ଚଳରେ ଏସବୁ ବେଆଇନ ବିଶୁଦ୍ଧ ପାଣି କାରଖାନା ଚାଲିଛି। ବିନା ବିଆଇଏସ୍‌, ଆଇଏସ୍‌ଆଇ ପ୍ରମାଣପତ୍ର ଓ ଲାଇସେନ୍ସରେ ଏସବୁ ପାଣି କାରଖାନା ଚାଲିଛି। ଅଭିଯୋଗ ଆସିବା ପରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଓ ଖାଦ୍ୟ ସୁରକ୍ଷା ଅଧିକାରୀ ଏସବୁ ବେଆଇନ କାରଖାନା ଉପରେ ଚଢ଼ଉ କରିଥିଲେ।

ବିନା ଲାଇସେନ୍ସରେ ଚାଲିଥିବା ୧୦ଟି କାରଖାନାକୁ ସିଲ୍‌ କରିଛନ୍ତି। ଏମାନଙ୍କଠୁ ୫୨ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ସମସ୍ତ ମାମଲାକୁ କୋର୍ଟକୁ ପଠାଇ ଦିଆଯାଇଥିବା ଖାଦ୍ୟ ସୁରକ୍ଷା ଅଧିକାରୀ ସ୍ବାଗତିକା ବେହେରା କହିଛନ୍ତି। କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଏସବୁ କାରଖାନା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସେପଟେ ବିଶ୍ରା ଓ ବନ୍ଧମୁଣ୍ଡା ଅଞ୍ଚଳରେ ୮ଟି ଅଧିକ ବେଆଇନ ପାଣି କାରଖାନା ଚାଲିଥିବା ଜଣାପଡିଛି। ଏସବୁ କାରଖାନା ସରକାରଙ୍କ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ମନଇଚ୍ଛା ପାଣି ପ୍ରସ୍ତୁତ କରୁଛନ୍ତି। ସ୍ବଳ୍ପ ଟଙ୍କା ଖର୍ଚ୍ଚ କରି ଲକ୍ଷ ଲକ୍ଷ ଟଙ୍କାର ‌ରୋଜଗାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe