ମହୁମାଛିଙ୍କ ଆକ୍ରମଣରେ ଶିଶୁ ସମେତ ୧୦ ଆହତ

କାଳ ହେଲା ମହୁ ସଂଗ୍ରହ : ମହୁମାଛି ଆକ୍ରମଣରେ ଯୁବକ ମୃତ, ୨ ଗୁରୁତର

The Mazatlan Post

ପଞ୍ଚଗାଁ : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଞ୍ଚାୟତ ରେଙ୍ଗାଲି ଗ୍ରାମର କିଛି ଲୋକ ରେଙ୍ଗାଲି- ଶୁକୁଲପାଲି ରାସ୍ତା ପାର୍ଶ୍ବରେ ସୋମବାର ଅଁଳା ନବମୀ ପାଳନ କରୁଥିଲେ। ଏହି ସମୟରେ ମହୁମାଛି ଆକ୍ରମଣ କରିବାରୁ ଦୁଲାମଣି ବିଶିଙ୍କ ୬ ବର୍ଷର ଶିଶୁପୁତ୍ର ସମେତ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ମହୁମାଛି ମାଡ଼ି ଆସିବାରୁ ସମସ୍ତେ ଦୌଡ଼ାଦୌଡ଼ି ହୋଇ ଯିଏ ଯୁଆଡ଼େ ଧାଇଁଥିଲେ। ଶିଶୁଟି ଦୌଡ଼ି ନପାରିବାରୁ ମହୁମାଛି ଆକ୍ରମଣରେ ଅଧିକ ଆହତ ହୋଇଛି। ଶିଶୁକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି। ସେହିପରି କିଛି ଲୋକ ସେଠାରେ ଥିବା ଏକ ତାରପୋଲିନ୍‌ ଢାଙ୍କି ନିଜକୁ ରକ୍ଷା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe