ଚନ୍ଦନେଶ୍ୱର: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ସିଆଁରୋଇ ପଞ୍ଚାୟତ ଅଧୀନ ବେଲଦା ଗ୍ରାମରେ ଆଜି ବିଲୁଆ ଆକ୍ରମଣ ଯୋଗୁଁ ୧୦ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ; ଚୈତନ୍ୟ ପାତ୍ର (୬୫), ଗଜେନ୍ଦ୍ର ଜେନା (୮୫), କବିତା ପାତ୍ର (୪୦), ପୁଣ୍ଡୁରୀକାକ୍ଷ ମିଶ୍ର (୪୨), ଶାନ୍ତିଲତା ପ୍ରଧାନ (୭୫), ସୁଲୋଚନା ପ୍ରଧାନ (୩୫), ବାସନ୍ତୀ ପାତ୍ର (୪୦) ପ୍ରମୁଖ। ରାମକୃଷ୍ଣ ଖଟୁଆ, ରବୀନ୍ଦ୍ର ନନ୍ଦୀ, ନାରାୟଣ ଦେ, ବେଣୁଧର ପ୍ରଧାନ ପ୍ରମୁଖ ସମସ୍ତଙ୍କୁ ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେହିପରି ବିଲୁଆ ଆକ୍ରମଣ ଫଳରେ ୨୫ରୁ ଅଧିକ ଗୋରୁ ମଧ୍ୟ ଆହତ ହୋଇଛନ୍ତି। ଏପରି ସମୟରେ ଉତ୍ତ୍ୟକ୍ତ ଗ୍ରାମବାସୀ ବିଲୁଆଟିକୁ ଗୋଡ଼ାଇ ଗୋଡ଼ାଇ ପିଟିପିଟି ମାରିଦେଇଥିବା ଜଣାପଡ଼ିଛି।
୧୦ ଜଣ ଲୋକ, ୨୫ ଗୋରୁକୁ କାମୁଡ଼ି ଘାଇଲା କଲା ବିଲୁଆ
Advertisment
Follow Us