ଟାଟା ଷ୍ଟିଲରେ ଚାକିରି ଦେବାକୁ କହି ୧୦ ଲକ୍ଷ ଠକେଇ

ଟାଟା ଷ୍ଟିଲରେ ଚାକିରି ଦେବାକୁ କହି ୧୦ ଲକ୍ଷ ଠକେଇ

OrissaPOST

ଯାଜପୁରସଦର: କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲରେ ଚାକିରି କରାଇଦେବାକୁ କହି ୧୦ ଲକ୍ଷ ୨୦ହଜାର ଟଙ୍କା ଠକେଇ ହୋଇଛି। ଏନେଇ ଯାଜପୁର ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ଠକେଇ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ କେନ୍ଦ୍ରାପଡ଼ା ଜିଲ୍ଲା ଶଙ୍କରପୁର (ଫରିଦାବାଦ) ଗ୍ରାମର ପ୍ରଦ୍ୟୁମ୍ନ କୁମାର ନାୟକ। କଳିଙ୍ଗନଗର ଟାଟା ଷ୍ଟିଲରେ ଚାକିରି କରାଇଦେବ କହି ସେ

ଯାଜପୁର ସଦର ଥାନା ଭୂଇଁପୁର ପଞ୍ଚାୟତ ମଲ୍ଲପଡ଼ା ଗ୍ରାମର ପ୍ରତ୍ୟୁଷ କୁମାର ସାହୁ (୨୪)ଙ୍କଠାରୁ ୨୦୨୦ ରୁ ବିଭିନ୍ନ ପର୍ଯ୍ୟାୟରେ ୧୦ ଲକ୍ଷ ୨୦ ହଜାର ଟଙ୍କା  ଠକି ନେଇଥିଲା। ସମସ୍ତ ଟଙ୍କା ଫୋନ ପେ ମାଧ୍ୟମରେ ପୈଠ ହୋଇଛି। ପ୍ରଦ୍ୟୁମ୍ନଙ୍କ ପତ୍ନୀଙ୍କ ବ୍ୟାଙ୍କଖାତାକୁ ମଧ୍ୟ ଟଙ୍କା ପଠାଇଥିବା ଜଣାପଡ଼ିଛି। ଏହାପରେ ପ୍ରଦ୍ୟୁମ୍ନ ଏକ ନକଲି ନିଯୁକ୍ତିପତ୍ର ପ୍ରଦାନ କରିଥିଲା। ଏହି ନିଯୁକ୍ତିପତ୍ର ଧରି ଚାକିରି କରିବାକୁ ଟାଟା ଷ୍ଟିଲରେ ପହଞ୍ଚିଥିଲେ ପ୍ରତ୍ୟୁଷ। ସେଠାରେ ଅଧିକାରୀଙ୍କୁ ଦେଖାଇବାରୁ ଏହା ନକଲି ବୋଲି ଜଣାପଡ଼ିଥିଲା। ଏହା ଜାଣିବା ପରେ ସେ ଟଙ୍କା ଫେରାଇବାକୁ ପ୍ରଦ୍ୟୁମ୍ନକୁ କହିଥିଲେ। ଏପ୍ରିଲ ୨୦୨୨ ସୁଦ୍ଧା ସମସ୍ତ ଅର୍ଥ ଫେରାଇ ଦେବ ବୋଲି ପ୍ରଦ୍ୟୁମ୍ନ କହିଥିଲେ ହେଁ ଦେଇନଥିଲା। ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ ପାଇଲା ପରେ ସଦର ଥାନାଧିକାରୀ ମାନସ ରଞ୍ଜନ ଚକ୍ର ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ଗିରଫ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe