‘ଆୟୁଷ୍ମାନ ଭାରତ’ରେ ମହିଳାଙ୍କୁ ୧୦ଲକ୍ଷ ବୀମା

Advertisment

ଚଳିତବର୍ଷ ଫେବ୍ରୁଆରିରେ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଯାଉଛନ୍ତି। ନିକଟରେ କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫେରିଛନ୍ତି। ଆୟୁଷ୍ମାନ ଭାରତରେ ମହିଳାଙ୍କୁ ୧୦ଲକ୍ଷର ବୀମା ସୁବିଧା...

ଚଳିତବର୍ଷ ଫେବ୍ରୁଆରିରେ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଯାଉଛନ୍ତି। ନିକଟରେ କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫେରିଛନ୍ତି। ଆୟୁଷ୍ମାନ ଭାରତରେ ମହିଳାଙ୍କୁ ୧୦ଲକ୍ଷର ବୀମା ସୁବିଧା...

sfssf

ଭୁବନେଶ୍ବର: ଚଳିତବର୍ଷ ଫେବ୍ରୁଆରିରେ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଯାଉଛନ୍ତି। ନିକଟରେ କେନ୍ଦ୍ରୀୟ ଟିମ୍ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଫେରିଛନ୍ତି। ଆୟୁଷ୍ମାନ ଭାରତରେ ମହିଳାଙ୍କୁ ୧୦ଲକ୍ଷର ବୀମା ସୁବିଧା ମିଳିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଚଳିତବର୍ଷ କାର୍ଯ୍ୟକାରୀ କରାଯିବ। ଆଇଟି ଇଣ୍ଟିଗ୍ରେସନ୍ କାର୍ଯ୍ୟ ଜାରି ରହିଛି। ଇ-କାର୍ଡରେ ଦେଶର ୩୦ହଜାର ଡାକ୍ତରଖାନା ଅନୁମୋଦିତ ହେବେ। ସାଢ଼େ ୩କୋଟି ଲୋକଙ୍କୁ ନୂଆ କାର୍ଡ ପ୍ରଦାନ କରିବା 

ନିଶ୍ଚିତଭାବେ ଏକ ଆହ୍ବାନ। ଏହି କାର୍ଡର କିଭଳି ଠିକ୍‌ଭାବେ କାର୍ଯ୍ୟକାରୀ ହେବ ତାହାକୁ ମୁଖ୍ୟମନ୍ତ୍ରୀ ତଦାରଖ କରୁଛନ୍ତି। ରାସନ କାର୍ଡ ପାଇଁ ଇ-କେୱାଇସି କରିଥିବା ବ୍ୟକ୍ତିମାନଙ୍କୁ କାର୍ଡ ମିଳିବ ଓ ଯେଉଁମାନେ ଇ-କେୱାଇସି କରି ନାହାନ୍ତି ସେମାନଙ୍କୁ କାର୍ଡ ପ୍ରଦାନ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। କେହି ଯେପରି ଏହି ଯୋଜନାରୁ ବାଦ୍ ନ ପଡ଼ିବେ ତାହାକୁ ଗୁରୁତ୍ବ ଦିଆଯିବ। ସରକାରୀ କର୍ମଚାରୀଙ୍କୁ ବୀମା ପାଇଁ ଦାବି ହୋଇଛି। ଏହାକୁ ସରକାର ଗୁରୁତ୍ବର ସହ ନେଇଛନ୍ତି। ଏହା କିଭଳି ପ୍ରଦାନ କରାଯିବ ତାହା ଉପରେ ସରକାର ବିଚାର କରିବେ। ଶ୍ରୀ ମହାଲିଙ୍ଗ ଆହୁରିମଧ୍ୟ କହିଛନ୍ତି ଯେ ଆୟୁଷ୍ମାନ ଭାରତ ହେଉଛି ଏକ ଜାତୀୟ ପୋର୍ଟାଲ। ତେଣୁ ଏହାର ଆଇଟି ଇଣ୍ଟିଗ୍ରେସନ୍ ପରେ ପୂର୍ବରୁ ଯେଉଁ ଯୋଜନା ଅନୁସାରେ ଚିକିତ୍ସା ସୁବିଧା ମିଳୁଥିଲା ତାହା ମିଳିବ। ପୁରୁଷଙ୍କ ପାଇଁ ୫ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ସୁବିଧା ମିଳିବ। ପୁରୁଣା କାର୍ଡରେ ୯୫୬ ଡାକ୍ତରଖାନା ଅନୁମୋଦିତ ହୋଇଥିଲେ। ଏବେ ୩୦ହଜାର ଡାକ୍ତରଖାନା ଅନୁମୋଦିତ ହେବାକୁ ଥିବା ବେଳେ ହସ୍ପିଟାଲମାନଙ୍କର ବିଶ୍ବସନୀୟତା ଉପରେ ଯାଞ୍ଚ କରାଯିବ। ସେହିପରି ୨୦୨୫ ଶେଷ ବେଳକୁ ସଂପୂର୍ଣ୍ଣ ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ତେଣୁ ରାଜ୍ୟରେ ଥିବା ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରି କିଭଳି ଚିକିତ୍ସା ପ୍ରଦାନ କରାଯିବ ତାହା ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe