ସମଲେଶ୍ୱରୀ ମନ୍ଦିର ମରାମତି ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର

Advertisment

ଜିଲ୍ଲାର ୭୬୮ ଓ ୧୬ ମଠ ପାଇଁ ସୁପାରିସ ହୋଇନି

ଜିଲ୍ଲାର ୭୬୮ ଓ ୧୬ ମଠ ପାଇଁ ସୁପାରିସ ହୋଇନି

ସମଲେଶ୍ୱରୀ ମନ୍ଦିର ମରାମତି ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର

destimap

ବଲାଙ୍ଗୀର: ବଲାଙ୍ଗୀର ସହରର ମାଁ ସମଲେଶ୍ୱରୀ ମନ୍ଦିରର ମରାମତି କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କା ଦେବୋତ୍ତର ଆୟୁକ୍ତ ମଞ୍ଜୁର କରିଥିବା ନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଲିଖିତ ଉତ୍ତରରୁ ଜଣାପଡ଼ିଛି। ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବଲାଙ୍ଗୀର ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଦ୍ୱାରା ମନ୍ଦିର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ପାଇଁ କରାଯାଇଥିବା ୧୦ଲକ୍ଷ ଟଙ୍କାର ସୁପାରିସକୁ ଦେବୋତ୍ତର ଆୟୁକ୍ତ ମଞ୍ଜୁର କରିଛନ୍ତି।

ଏହାସହ ଜିଲ୍ଲାରେ ଅଦ୍ୟାବଧି ୭୬୮ଟି ମନ୍ଦିର ଓ ୧୬ଟି ମଠ ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ହେଉଛି। ଏହି ମନ୍ଦିର ଓ ମଠଗୁଡ଼ିକର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ପାଇଁ ବଲାଙ୍ଗୀର ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଠାରୁ କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନଥିବା ଉତ୍ତରରେ ସୂଚନା ରହିଛି। ଏହି ତଥ୍ୟ ଜଣାପଡ଼ିବା ପରେ ବଲାଙ୍ଗୀର ଦେବାଳୟ ଓ ପବିତ୍ର ପୀଠ ସୁରକ୍ଷା କମିଟି ପ୍ରତିକ୍ରିୟା ପ୍ରକାଶ କରିଛି। ଭବ୍ୟ ସମଲେଶ୍ୱରୀ ମନ୍ଦିରର ପୁନରୁଦ୍ଧାର ଓ ନବନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ସମୁଦ୍ରକୁ ଶଙ୍ଖେ ବୋଲି କମିଟି ପ୍ରକାଶ କରିଛି।

ଏହାସହ ଜିଲ୍ଲାର ସମସ୍ତ ଦେବାଳୟ ଓ ପୁରାତନ ମଠଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ପ୍ରଶାସନ ଏସବୁର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସୁପାରିସପତ୍ର ପଠାଇ ନଥିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି କୁହାଯାଇଛି। କମିଟିର ଶୁଭମ ଅଗ୍ରୱାଲ, ଅଙ୍କୁଶ ପାଣ୍ଡିଆ, କାହ୍ନା ଶତପଥୀ, ପ୍ରଶାନ୍ତ ମହାକୁର, ବିନୋଦ କାଲସାଏ, ବିକାଶ ସା, ଅଭିଷେକ ଦାଶ, ସଂଜୟ ସାହୁ କମିଟି ନିଷ୍ପତ୍ତିକ୍ରମେ ଏହି ସପ୍ତାହ ମଧ୍ୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପାଇଁ ଏହି ବିବୃତ୍ତିରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe